ବଜେଟ ଆଲୋଚନାରେ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ
ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।... The post ବଜେଟ ଆଲୋଚନାରେ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ appeared first on .
ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି 20% ସରକାର ପ୍ରତିଶୃତି ଉପରେ କହୁଛନ୍ତି।
ନୂଆ ସରକାର ସୁଭଦ୍ରା ଯୋଜନା ଜରିଆରେ 0.29% ଇସ୍ତାହାର ପ୍ରତିଶୃତି ଦେଇଛି। ୨ କୋଟିରୁ ଅଧିକ ମହିଳା ଅଛନ୍ତି। ପ୍ରତିଶୃତି ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ୧୦ ହଜାର କୋଟି ବଜେଟରେ ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକି ମହିଳାଙ୍କ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ପେନସନ କଥା ବି ଉଠାଇଛନ୍ତି ବିରୋଧୀ ଦଳ ନେତା।
ସେ କହିଛନ୍ତି-ନୂଆ ସରକାରଙ୍କ ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର। ଧାନର MSP ୩୧୦୦ ଟଙ୍କା କରିବାକୁ କହିଛନ୍ତି ସରକାର। ବଜେଟରେ ୩୦% ଚାଷୀ ବି ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ। ମାଗଣା ବିଦ୍ୟୁତ କେମିତି ଦେବ। ଓଡ଼ିଶାର ୩ ଲକ୍ଷ ଘର ଏହି ଯୋଜନାରେ ଉପକୃତ ହେବେ। ରାଜ୍ଯରେ ୧ କୋଟି ଘର ଅଛି । ଏହା କଣ ମାଗଣା ବିଜୁଳି ପ୍ରତିଶୃତି କି ବୋଲି କଟାକ୍ଷ କରିଛନ୍ତି ନବୀନ। ?
ତା ସହିତ ସେ ଚ୍ୟାଲେଞ୍ଜ ଦେଉଛନ୍ତି-ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ଵି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଜୁଳି ଅପେକ୍ଷାରେ ଅଛନ୍ତି। ରାଜ୍ଯ ସରକାରଙ୍କୁ ନିଶାନା କରି ନବୀନ କହିଛନ୍ତି-ଆପଣ ଲୋକଙ୍କୁ ଠକିଛନ୍ତି । ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ କହିଲ। ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଦରକାର। ଏହା ହୋଇ ପାରିବ ନାହିଁ। ନବୀନ ସିଧା ନିଶାନା କରି କହିଛନ୍ତି-ଆପଣଂକ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି।
The post ବଜେଟ ଆଲୋଚନାରେ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ appeared first on .