ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି। ଯଦି କେନ୍ଦ୍ର ସରକାର ୨୦୨୫ ବଜେଟରେ ସୀମା ଶୁଳ୍କ ବୃଦ୍ଧିକରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିପାରେ ବୋଲି ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ମତବ୍ୟକ୍ତ କରିଛନ୍ତି। ଏପରିକି ଏହି ବର୍ଦ୍ଧିତ ମୂଲ୍ୟ ଦ୍ୱାରା ପ୍ରଭାବିତ ହୋଇ ଦେଶରେ ସୁନା ମୂଲ୍ୟ ଆକାଶ ଛୁଆଁ ହୋଇପାରେ ବୋଲି ସେ କହିଛନ୍ତି। ସେହିଭଳି ଶିଳ୍ପ ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ […] The post ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ appeared first on Dharitri Odia News.

ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି। ଯଦି କେନ୍ଦ୍ର ସରକାର ୨୦୨୫ ବଜେଟରେ ସୀମା ଶୁଳ୍କ ବୃଦ୍ଧିକରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିପାରେ ବୋଲି ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ମତବ୍ୟକ୍ତ କରିଛନ୍ତି। ଏପରିକି ଏହି ବର୍ଦ୍ଧିତ ମୂଲ୍ୟ ଦ୍ୱାରା ପ୍ରଭାବିତ ହୋଇ ଦେଶରେ ସୁନା ମୂଲ୍ୟ ଆକାଶ ଛୁଆଁ ହୋଇପାରେ ବୋଲି ସେ କହିଛନ୍ତି। ସେହିଭଳି ଶିଳ୍ପ ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏବଂ ସରକାରଙ୍କ ସୀମାଶୁଳ୍କ ଉପରେ ଘରୋଇ ବଜାରର ସୁନା ମୂଲ୍ୟ ନିର୍ଭର କରିଥାଏ। ୨୦୨୪ ବଜେଟରେ ସରକାର ସୁନା କ୍ରୟକୁ ପ୍ରୋତ୍ସାହିତ କରିବା ତଥା ବେଆଇନ ସୁନା ଆମଦାନୀକୁ ରୋକିବା ପାଇଁ ଆମଦାନୀ ଶୁଳ୍କ ୧୫%ରୁ ୬%କୁ ହ୍ରାସ କରିଥିଲେ। ଯଦି ସରକାର ବର୍ତ୍ତମାନ ଆମଦାନୀ ଶୁଳ୍କକୁ ସଂଶୋଧନ କରି ପୁଣି ଥରେ ୧୪% କିମ୍ବା ୧୫% କରନ୍ତି, ତେବେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବ। ଏ ନେଇ ମଧ୍ୟ ୱାଲର୍‌ଡ ଗୋଲ୍ଡ କାଉନ୍‌ସିଲ ଚେତାବନୀ ଜାରି କରିଛନ୍ତି। ଏପରି ସ୍ଥିତିରେ ବଜେଟ ପରେ ସୁନାର ଦର ପ୍ରତି ୧୦ ଗ୍ରାମ୍‌ ପିଛା ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ସେହିପରି ସୀମାଶୁଳ୍କ ଅପରିବର୍ତ୍ତିତ ରହିଲେ ମଧ୍ୟ ସୁନା ମୂଲ୍ୟ ଯେଉଁଭଳି ଭାବେ ବଢ଼ୁଛି, ଆଗାମୀ ୬ ମାସରୁ ବର୍ଷକ ମଧ୍ୟରେ ୬ ଅଙ୍କ ଛୁଇଁବା ଯଥେଷ୍ଟ ସମ୍ଭାବନା ରହିଛି।

The post ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ appeared first on Dharitri Odia News.