ବଜେଟ ୨୦୨୪: କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି। ଏଥର ବଜେଟରେ କୃଷି […] The post ବଜେଟ ୨୦୨୪: କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ।
ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି। ଏଥର ବଜେଟରେ କୃଷି ପାଇଁ ୧.୫୨ ଲକ୍ଷ କୋଟି ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ୍ୟ ରଖାଯାଇଛି।
କୃଷି ପାଇଁ ବଜେଟ:
-୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ
-୩୨ ଟି ଫସଲର ୧୦୯ ଟି ନୂଆ କିସମ ଅଣାଯିବ
-ପନିପରିବା ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱ।
-ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ FPO ଗଠନ କରାଯିବ
-୪୦୦ଟି ଜିଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ
-ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ମିଳିବ ପ୍ରୋତ୍ସାହନ
-ତୈଳ ବିହନ ଉତ୍ପାଦନ ଏବଂ ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ
The post ବଜେଟ ୨୦୨୪: କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା appeared first on Dharitri Odia News.