ବଜେଟ ୨୦୨୪: କ୍ୟାନସର ଔଷଧ ସହ ସୁନା ରୁପା ଓ ମୋବାଇଲ୍ ଫୋନ୍ ହେବ ଶସ୍ତା, କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ତୃତୀୟ ପାଳିରେ ପୂର୍ଣ୍ଣ ଆର୍ଥିକ ବଜେଟ୍ ଉପସ୍ଥାପନ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର(ଜୁଲାଇ ୨୩) ବଜେଟ ଉପସ୍ଥାପନ କରିଛନ୍ତି। ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଲଗାତର ସପ୍ତମ ଥର ବଜେଟ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ମୁରାର୍ଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବେ ୬ ଥର ବଜେଟ୍ ଊପସ୍ଥାପନ କରିଥିଲେ। ୨୦୨୪ ବଜେଟ୍ ଅଲଗା ଅଲଗା ସେକ୍ଟର ପାଇଁ ଘୋଷଣା କରାଯାଇଛି। କିନ୍ତୁ ସାଧାରଣ ଲୋକର ପକେଟରେ ଏହାର କ’ଣ ପ୍ରଭାବ ପଡ଼ିବ କେଉଁ ସାମଗ୍ରୀର ଦାମ କମିବ ଓ କେଉଁ ସାମଗ୍ରୀର ଦାମ ବଢ଼ିବ ଆସନ୍ତୁ ତାହା ଜାଣିବା। ପ୍ରକୃତରେ ସରକାର ଅନେକ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। ବିଶେଷ କରି କ୍ୟାନ୍‌ସରର ଔଷଧ ଉପରେ ଶୁଳ୍କ ମୁକ୍ତ କରିଦେଇଛନ୍ତି।କ’ଣ ଶସ୍ତା କ’ଣ ମହଙ୍ଗା?  ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ମହଙ୍ଗା ପ୍ରଭାବ ପଡିଛି। କିନ୍ତୁ ଭାରତରେ ମହଙ୍ଗା ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହା ୪% ପରିସର ମଧ୍ୟରେ ଅଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି ଯେ ମଧ୍ୟବର୍ତ୍ତୀ ବଜେଟରେ ଆମେ ଗରିବ, ମହିଳା, ଯୁବକ ଏବଂ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛୁ। ଭାରତୀୟ ଅର୍ଥବ୍ୟବସ୍ଥା ଲଗାତର ଚମକୁଛି। ସମଗ୍ର ବଜେଟ୍ରେ ଏହାକୁ ଧ୍ୟାନରେ ରଖାଯାଇଛି।  କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଆମର

ବଜେଟ ୨୦୨୪: କ୍ୟାନସର ଔଷଧ ସହ ସୁନା ରୁପା ଓ ମୋବାଇଲ୍ ଫୋନ୍ ହେବ ଶସ୍ତା, କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ତୃତୀୟ ପାଳିରେ ପୂର୍ଣ୍ଣ ଆର୍ଥିକ ବଜେଟ୍ ଉପସ୍ଥାପନ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର(ଜୁଲାଇ ୨୩) ବଜେଟ ଉପସ୍ଥାପନ କରିଛନ୍ତି। ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଲଗାତର ସପ୍ତମ ଥର ବଜେଟ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ମୁରାର୍ଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବେ ୬ ଥର ବଜେଟ୍ ଊପସ୍ଥାପନ କରିଥିଲେ। 

୨୦୨୪ ବଜେଟ୍ ଅଲଗା ଅଲଗା ସେକ୍ଟର ପାଇଁ ଘୋଷଣା କରାଯାଇଛି। କିନ୍ତୁ ସାଧାରଣ ଲୋକର ପକେଟରେ ଏହାର କ’ଣ ପ୍ରଭାବ ପଡ଼ିବ କେଉଁ ସାମଗ୍ରୀର ଦାମ କମିବ ଓ କେଉଁ ସାମଗ୍ରୀର ଦାମ ବଢ଼ିବ ଆସନ୍ତୁ ତାହା ଜାଣିବା। ପ୍ରକୃତରେ ସରକାର ଅନେକ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। ବିଶେଷ କରି କ୍ୟାନ୍‌ସରର ଔଷଧ ଉପରେ ଶୁଳ୍କ ମୁକ୍ତ କରିଦେଇଛନ୍ତି।

କ’ଣ ଶସ୍ତା କ’ଣ ମହଙ୍ଗା?  

ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ମହଙ୍ଗା ପ୍ରଭାବ ପଡିଛି। କିନ୍ତୁ ଭାରତରେ ମହଙ୍ଗା ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହା ୪% ପରିସର ମଧ୍ୟରେ ଅଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି ଯେ ମଧ୍ୟବର୍ତ୍ତୀ ବଜେଟରେ ଆମେ ଗରିବ, ମହିଳା, ଯୁବକ ଏବଂ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛୁ। ଭାରତୀୟ ଅର୍ଥବ୍ୟବସ୍ଥା ଲଗାତର ଚମକୁଛି। ସମଗ୍ର ବଜେଟ୍ରେ ଏହାକୁ ଧ୍ୟାନରେ ରଖାଯାଇଛି।  କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଆମର ଗୁରୁତ୍ୱ ଦେଉଛୁ। ବିକଶିତ ଭାରତ ପାଇଁ ଏହା ହେଉଛି ପ୍ରଥମ ପ୍ରାଥମିକତା ବୋଲି ନିର୍ମଳା କହିଛନ୍ତି। 

ଏଥିସହିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ୯ ଟି ପ୍ରାଥମିକତାକୁ ଗଣାଇଛନ୍ତି ସୀତାରମଣ। ଏଥିରେ ଏଗ୍ରୀକଲଚର ସେକ୍ଟର ସମେତ ସହରୀ ବିକାଶ, ନିଯୁକ୍ତି ଏବଂ ଦକ୍ଷତା ବିକାଶ, କୃଷି ଅନୁସନ୍ଧାନ, ଶକ୍ତି ନିରାପତ୍ତା, ନବସୃଜନ(ଇନୋଭେସନ), ଅନୁସନ୍ଧାନ ଏବଂ ଅଭିବୃଦ୍ଧି ସହିତ ଉତ୍ତର ପିଢିରେ ଉନ୍ନତି ଆଦି ରହିଛି। 

ସୁନା ଓ ରୁପା ଦର କମିବ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କ୍ୟାନସର ଔଷଧ ଶସ୍ତା ହେବ। ସେହିପରି ମୋବାଇଲ୍ ଏବଂ ମୋବାଇଲ୍ ଚାର୍ଜର ସହିତ ଅନ୍ୟ ଡିଭାଇସରେ ବିସିଡି ୧୫% ହ୍ରାସ କରାଯାଇଛି। ଏହା ବ୍ୟତୀତ ସରକାର ବର୍ତ୍ତମାନ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ୬% କୁ ହ୍ରାସ କରିଛନ୍ତି। ଫଳରେ ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇବ। ଏହା ବ୍ୟତୀତ ଚମଡ଼ା ଓ ଜୋତା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। ଅନ୍ୟପକ୍ଷରେ, ଟେଲିକମ୍ ଯନ୍ତ୍ରପାତି ମହଙ୍ଗା ହୋଇଛି। ଏଥିରେ କଷ୍ଟମ୍ ଡ୍ୟୁଟି ୧୫% କୁ ବୃଦ୍ଧି କରାଯାଇଛି।

ଶସ୍ତା ହେଲା 

କ୍ୟାନସର ଚିକିତ୍ସାରେ ବ୍ୟବହୃତ ୩ ଔଷଧ ଉପରେ ସୀମା ଶୁଳ୍କ ହଟାଇବାରୁ ଏହା ଶସ୍ତା ହେଲା। ମୋବାଇଲ ଫୋନ୍‌ ଚାର୍ଜର, ଓ ମୋବାଇଲ୍‌ ସରଞ୍ଜାମ ଓ ପାର୍ଟ ଶସ୍ତା ହେବ। ସରକାର ଏଗୁଡ଼ିକ ଉପରେ ଆମଦାନୀ ଶୁଳ୍କ କମ କରିଛନ୍ତି। ସୁନା ଓ ରୁପା କିଣିବା ଶସ୍ତା ହେବ। ଏଥିରେ ଆମଦାନୀ ଶୁଳ୍କ ୬ ପ୍ରତିଶତ କାଟ କରାଯାଇଛି। ଏଥିସହିତ ପ୍ଲାଟିନମ ଉପରେ ବି ଆମଦାନୀ ଶୁଳ୍କ ୬.୪ ପ୍ରତିଶତ ହ୍ରାସ ହୋଇଛି। ଫେରୋନିକଲ, ବ୍ଲିଷ୍ଟର କପର ଶସ୍ତା ହେବ। ଏଥିରେ ମୂଳ ସୀମା ଶୁଲ୍କ ହଟାଇ ଦିଆଯିବ। ବ୍ରୁଡ ଷ୍ଟକ, ଚିଙ୍ଗୁଡ଼ି ଓ ମାଛ ଖାଦ୍ୟର ମୂଲ୍ୟ କମ ହେବ। ଏଥିରେ ସୀମା ଶୁଳ୍କ ୫ ପ୍ରତିଶତ ହ୍ରାସ କରାଯିବ। ଦେଶରେ ତିଆରି ଚମଡ଼ା, ସାମଗ୍ରୀ, କପଡ଼ା  ଓ ଜୋତା ଶସ୍ତା ହେବ, ଏକ୍ସରେ ଟ୍ୟୁବ,ମୁଖ୍ୟ ଖଣିଜ ସାମଗ୍ରୀ ଆଦି ଶସ୍ତା ହେବ। ପ୍ରିଣ୍ଟ ସାରକିଟ ବୋର୍ଡ ଆସେମ୍ବ୍ଲି,(ପିସିବିଏ) ଓ ରେଜିଷ୍ଟର ତିଆରି ପାଇଁ ଅକ୍ସିଜେନ ଫ୍ରି କପର,ମାଲବାହୀ ଜାହାଜ ନିର୍ମାଣ ପାଇଁ  ବ୍ଲିଷ୍ଟର କପର ଓ ଫେରୋ ନିକେଲ, ସୋଲାର ଏନର୍ଜି ପାର୍ଟ, ଅସ୍ତିଶଲ୍ୟ ଚିକିତ୍ସା ଓ ପ୍ରତିରୋପଣ ସାମଗ୍ରୀ, କୃତିମ ଅଙ୍ଗ ଆଦି ଶସ୍ତା ହେବ। 

ମହଙ୍ଗା ହେଲା- କେନ୍ଦ୍ର ସରକାର କିଛି ସାମଗ୍ରୀ ଉପରେ ସୀମା ଶୁଳ୍କ ବଢ଼ାଇଛନ୍ତି। ତେଣୁ ଏଗୁ଼ଡ଼ିକ ମହଙ୍ଗା ହେବ।

ଅମୋନିଅମ ନାଇଟ୍ରେଟ୍, ପିଭିସି ଫ୍ଲେକ ଫିଲ୍ମ/ ଫ୍ଲେକ୍ସ ବ୍ୟାନର୍ସ
ଲାବୋରଟୋରୀ କ୍ୟାମିକଲ୍ସ, ସୋଲାର ଗ୍ଲାସ ଓ ସୋଲାର ସେଲ୍ ଓ ମଡେଲ ମାନୁଫ୍ୟାକ୍ଚର।

ଅଣ ଜୈବବିଘଟନ ପ୍ଲାଷ୍ଟିକ୍(Non-Biodegradable Plastic)

ସରକାର ଆମୋନିୟମ ନାଇଟ୍ରେଟ୍ ଉପରେ ସୀମା ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେହିପରି ଅଣବିଘଟନ ପ୍ଲାଷ୍ଟିକ୍‌ ଉପରେ ସୀମା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ସେହିପରି ସ୍ପେଶିଫାଏଡ ଟେଲିକମ୍ୟୁନିକିସେ ଇକ୍ୱିପ୍‌ମେଣ୍ଟ ମହଙ୍ଗା ହୋଇଛି। ଏଥିରେ ଶୁଳ୍କ ୧୦ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରାଯାଇଛି। ତେଣୁ ଆଗକୁ ମୋବାଇଳ ରିଚାର୍ଜ ଆହୁରି ମହଙ୍ଗା ହୋଇପାରେ।