ବଜେଟରେ ଓଡ଼ିଆ ଅସ୍ମିତାର ଝଲକ: ବଜେଟ୍ ପେଡ଼ିରେ ସମ୍ବଲପୁରୀ ଡିଜାଇନ୍
କନକ ବ୍ୟୁରୋ: ମୋହନ ସରକାରଙ୍କ ବଜେଟରେ ଦେଖିବାକୁ ମିଳିଛି ଓଡ଼ିଆ ଅସ୍ମିତାର ଝଲକ। ବଜେଟ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ବ୍ରିଫିକେସକୁ ନେଇ ରାଜଭବନ ଯାଇଥିଲେ । ଆଉ ବଜେଟ୍ ବ୍ରିଫକେସରେ ଦେଖିବାକୁ ମିଳିଥିଲା ସମ୍ୱଲପୁରୀ ଡିଜାଇନ। ନିର୍ବାଚନ ସମୟରେ ବିଜେପି ଓଡିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିଲା। ଆଉ ୨୦୨୫-୨୬ ବଜେଟ୍ରେ ଓଡ଼ିଆ ଅସ୍ମିତା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ମୋହନ ମାଝୀ। ବଜେଟ୍ରେ ଓଡ଼ିଆ ଅସ୍ମିତା ପାଇଁ ବ୍ୟୟବରାଦ ସାଂସ୍କୃତିକ ଅନୁଷ୍ଠାନ, କଳାକାରଙ୍କୁ ମିଳିବ ଅନୁଦାନବଜେଟ ବ୍ରିଫକେଶ ଅନୁରୂପ ବଜେଟ୍ରେ ବି ଓଡ଼ିଆ ଅସ୍ମିତା ପାଇଁ ବ୍ୟୟ ବରାଦ ହୋଇଛି। ଏଗୁଡିକ ମଧ୍ୟରେ ପ୍ରମୁଖ ରହିଛି ବକୁଳବନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କାମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯୪ କୋଟିଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟିସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ ୭୭ କୋଟି ଟଙ୍କା ଓଡିଆ ଅସ୍ମିତାର ନାରା, ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥଲା । ତେଣୁ ବଜେଟରେ ବି ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଭୁଲି ନାହାନ୍ତି ମୋହନ ସରକାର।

କନକ ବ୍ୟୁରୋ: ମୋହନ ସରକାରଙ୍କ ବଜେଟରେ ଦେଖିବାକୁ ମିଳିଛି ଓଡ଼ିଆ ଅସ୍ମିତାର ଝଲକ। ବଜେଟ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ବ୍ରିଫିକେସକୁ ନେଇ ରାଜଭବନ ଯାଇଥିଲେ । ଆଉ ବଜେଟ୍ ବ୍ରିଫକେସରେ ଦେଖିବାକୁ ମିଳିଥିଲା ସମ୍ୱଲପୁରୀ ଡିଜାଇନ। ନିର୍ବାଚନ ସମୟରେ ବିଜେପି ଓଡିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିଲା। ଆଉ ୨୦୨୫-୨୬ ବଜେଟ୍ରେ ଓଡ଼ିଆ ଅସ୍ମିତା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ମୋହନ ମାଝୀ।
ବଜେଟ୍ରେ ଓଡ଼ିଆ ଅସ୍ମିତା ପାଇଁ ବ୍ୟୟବରାଦ
ସାଂସ୍କୃତିକ ଅନୁଷ୍ଠାନ, କଳାକାରଙ୍କୁ ମିଳିବ ଅନୁଦାନ
ବଜେଟ ବ୍ରିଫକେଶ ଅନୁରୂପ ବଜେଟ୍ରେ ବି ଓଡ଼ିଆ ଅସ୍ମିତା ପାଇଁ ବ୍ୟୟ ବରାଦ ହୋଇଛି। ଏଗୁଡିକ ମଧ୍ୟରେ ପ୍ରମୁଖ ରହିଛି
ବକୁଳବନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯୪ କୋଟି
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି
ସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ ୭୭ କୋଟି ଟଙ୍କା
ଓଡିଆ ଅସ୍ମିତାର ନାରା, ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥଲା । ତେଣୁ ବଜେଟରେ ବି ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଭୁଲି ନାହାନ୍ତି ମୋହନ ସରକାର।