ବଜେଟରେ ମୁଖ୍ୟମନ୍ତ୍ରୀ ଆଣିଲେ କନ୍ୟା ବିବାହ ଯୋଜନା: ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି। ସେଥିମଧ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରାଯାଇଛି। ସୁଭଦ୍ରା ଯୋଜନାକୁ ନେଇ ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଯାଏ ୪ […] The post ବଜେଟରେ ମୁଖ୍ୟମନ୍ତ୍ରୀ ଆଣିଲେ କନ୍ୟା ବିବାହ ଯୋଜନା: ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର appeared first on Dharitri Odia News.
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି। ସେଥିମଧ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରାଯାଇଛି।
ସୁଭଦ୍ରା ଯୋଜନାକୁ ନେଇ ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଯାଏ ୪ ହଜାର ୯୦୦ କୋଟି ପାଇଲେଣି ହିତାଧିକାରୀ। ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ। ସେହିପରି ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ, କୁହା ସୁଭଦ୍ରା କଲ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭହେବ। ଏଥିପାଇଁ ଏଥର ବଜେଟରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ କରାଯାଇଛି।
The post ବଜେଟରେ ମୁଖ୍ୟମନ୍ତ୍ରୀ ଆଣିଲେ କନ୍ୟା ବିବାହ ଯୋଜନା: ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର appeared first on Dharitri Odia News.