ବଜେଟ୍ ଉପରେ ବିଚାର ନ କରି ପ୍ରତିଶ୍ରୁତି ଦିଅନି,ସରକାର ଦେବାଳିଆ ହୋଇଯିବ
କର୍ଣ୍ଣାଟକ ୦୧/୧୧: ଆର୍ଥିକ ସଂକଟ ଭିତରେ ପେଶି ହୋଇଗଲେଣି କର୍ଣ୍ଣାଟକ ସରକାର । ଏସବୁ ଭିତରେ ନିଜ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ସିଧା ସିଧା କହିଛନ୍ତି ଯେତିକି ପୂରା କରିପାରିବ ସେତିକି ଗ୍ୟାରେଣ୍ଟି ଦିଅ । ନଚେତ ଦେବାଳିଆ ହୋଇଯିବ ସରକାର । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଘୋଷଣାପତ୍ର ଆଲୋଚନା ବେଳେ ଏଇ କଥା ଉଠାଇଛନ୍ତି । ଯେଉଁଥିରେ ସେ କର୍ଣ୍ଣାଟକର ୫ ଗ୍ୟାରେଣ୍ଟି କଥା ଉଠାଇଥିଲେ । ସେ ଦଳର ନେତାଙ୍କୁ କହିଥିଲେ ନିର୍ବାଚନ ସମୟରେ ୫ ଗ୍ୟାରେଣ୍ଟି କଥା କହିଥିଲ ହେଲେ ଏବେ ଗୋଟିଏ ଗ୍ୟାରେଣ୍ଟି ରଦ୍ଦ କରିବା କଥା କହୁଛ । ମନଇଚ୍ଛା ଏମିତି ଗ୍ୟାରେଣ୍ଟି ଦେବା ବଦଳରେ ବଜେଟ୍ ଅନୁସାରେ ଗ୍ୟାରେଣ୍ଟି ଦେବାକୁ ନିଜ ଦଳର ନେତାଙ୍କୁ ଚେତାଇ ଦେଇଛନ୍ତି ଖଡ୍ଗେ ।ସେ ଆହୁରି କହିଛନ୍ତି ବଜେଟ୍ ଉପରେ ବିଚାର ନକରି ପ୍ରତିଶ୍ରୁତି ଦେଲେ ସରକାର ଦେବାଳିଆ ହୋଇଯିବ ।ସଡକ ଉପରେ ବାଲି ପକାଇବାକୁ ବି ପଇସା ପାଇବନି । ତେଣୁ ଏ ସରକାର ଯଦି ଅସଫଳ ହେବ ଏହାର ପ୍ରଭାବ ଆଗାମୀ ପିଢି ଉପରେ ପଡିବ । ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ତେଣୁ ବଜେଟ୍କୁ ଦେଖି ପ୍ରତିଶ୍ରୁତି ଦେବାକୁ ପରାମର୍ଶ ଦେଇଛନ୍ତି ଖଡ୍ଗେ । ଏଥର କର୍ଣ୍ଣାଟକ ନିର୍ବାଚନ ପାଇଁ ୫ଟି ବଡ ଗ୍ୟାରେଣ୍ଟି ଦେଇଥିଲା କଂଗ୍ରେସ । ଏବେ ସେହି ପ୍ରତିଶ୍ରୁତିରୁ ଗୋଟିଏ ରଦ୍ଦ କରିବାକୁ ଚିନ୍ତା କରୁଛି ଦଳ
କର୍ଣ୍ଣାଟକ ୦୧/୧୧: ଆର୍ଥିକ ସଂକଟ ଭିତରେ ପେଶି ହୋଇଗଲେଣି କର୍ଣ୍ଣାଟକ ସରକାର । ଏସବୁ ଭିତରେ ନିଜ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ସିଧା ସିଧା କହିଛନ୍ତି ଯେତିକି ପୂରା କରିପାରିବ ସେତିକି ଗ୍ୟାରେଣ୍ଟି ଦିଅ । ନଚେତ ଦେବାଳିଆ ହୋଇଯିବ ସରକାର । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଘୋଷଣାପତ୍ର ଆଲୋଚନା ବେଳେ ଏଇ କଥା ଉଠାଇଛନ୍ତି । ଯେଉଁଥିରେ ସେ କର୍ଣ୍ଣାଟକର ୫ ଗ୍ୟାରେଣ୍ଟି କଥା ଉଠାଇଥିଲେ । ସେ ଦଳର ନେତାଙ୍କୁ କହିଥିଲେ ନିର୍ବାଚନ ସମୟରେ ୫ ଗ୍ୟାରେଣ୍ଟି କଥା କହିଥିଲ ହେଲେ ଏବେ ଗୋଟିଏ ଗ୍ୟାରେଣ୍ଟି ରଦ୍ଦ କରିବା କଥା କହୁଛ । ମନଇଚ୍ଛା ଏମିତି ଗ୍ୟାରେଣ୍ଟି ଦେବା ବଦଳରେ ବଜେଟ୍ ଅନୁସାରେ ଗ୍ୟାରେଣ୍ଟି ଦେବାକୁ ନିଜ ଦଳର ନେତାଙ୍କୁ ଚେତାଇ ଦେଇଛନ୍ତି ଖଡ୍ଗେ ।
ସେ ଆହୁରି କହିଛନ୍ତି ବଜେଟ୍ ଉପରେ ବିଚାର ନକରି ପ୍ରତିଶ୍ରୁତି ଦେଲେ ସରକାର ଦେବାଳିଆ ହୋଇଯିବ ।ସଡକ ଉପରେ ବାଲି ପକାଇବାକୁ ବି ପଇସା ପାଇବନି । ତେଣୁ ଏ ସରକାର ଯଦି ଅସଫଳ ହେବ ଏହାର ପ୍ରଭାବ ଆଗାମୀ ପିଢି ଉପରେ ପଡିବ । ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ତେଣୁ ବଜେଟ୍କୁ ଦେଖି ପ୍ରତିଶ୍ରୁତି ଦେବାକୁ ପରାମର୍ଶ ଦେଇଛନ୍ତି ଖଡ୍ଗେ । ଏଥର କର୍ଣ୍ଣାଟକ ନିର୍ବାଚନ ପାଇଁ ୫ଟି ବଡ ଗ୍ୟାରେଣ୍ଟି ଦେଇଥିଲା କଂଗ୍ରେସ । ଏବେ ସେହି ପ୍ରତିଶ୍ରୁତିରୁ ଗୋଟିଏ ରଦ୍ଦ କରିବାକୁ ଚିନ୍ତା କରୁଛି ଦଳ । ଯାହାକୁ ନେଇ ଦଳ ଉପରେ ବିଗିଡି ଯାଇଛନ୍ତି ଖଡ୍ଗେ ।