ବଜେଟ୍ ୨୦୨୪-୨୫ ଉପସ୍ଥାପିତ; ମହିଳା, ମଧ୍ୟବିତ୍ତ, ଯୁବବର୍ଗ, ନିଯୁକ୍ତି ଓ କୃଷିକୁ ଫୋକସ୍
ନୂଆଦିଲ୍ଲୀ: ସଂସଦରେ ୟୁନିୟନ ବଜେଟ୍ ୨୦୨୪-୨୫ ଉପସ୍ଥାପିତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ସାଧାରଣ ବଜେଟରେ ବିଶେଷ କରି ମଧ୍ୟବିତ୍ତ, ମହିଳା, ଯୁବବର୍ଗ, ନିଯୁକ୍ତି, କୃଷି ଉପରେ ଫୋକସ୍ କରାଯାଇଛି । ଚଳିତ ବଜେଟରେ ବିକଶିତ ଭାରତକୁ ପ୍ରାଥମିକତା ଦିଆଯାଇଛି । ବିଶ୍ବ ବିକାଶ ହାର ଅଡ଼ୁଆରେ ରହିଥିବା ବେଳେ ଭାରତରେ ଅଭିବୃଦ୍ଧି ହାର ନିୟନ୍ତ୍ରଣରେ ରହିଛି । ଭାରତରେ ମହଙ୍ଗା ଦର ୪ ପ୍ରତିଶତରେ ସୀମିତ ରହିଛି । ଚଳିତ ବଜେଟ୍ ଭାରତ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ନିର୍ମଳାଙ୍କ ବଜେଟରେ ୯ ସୂତ୍ରୀ ଯୋଜନା ରହିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଏହି ବଜେଟ୍ । ୫ ବର୍ଷରେ ୪କୋଟି ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ । ୨ ବର୍ଷରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ତାଲିମ୍ ମିଳିବ । ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ନ୍ୟାସନାଲ କର୍ପୋରେସନ ପଲିସି ଆଣାଯିବ । ନିଯୁକ୍ତି, ଶିକ୍ଷା ଓ ଦକ୍ଷିତା ବିକାଶ ଲାଗି ୧ଲକ୍ଷ ୮ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୃଷି କ୍ଷେତ୍ର ପାଇଁ ୧ଲକ୍ଷ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରାକୃତିକ ଉପାୟରେ ଚାଷ ପାଇଁ ୧କୋଟି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଚାଷୀଙ୍କୁ ୩୨ଟି ଫସଲରେ ମିଳିବ ୧୦୯ଟି ଅମଳକ୍ଷମ ବିହନ । ଚାଷୀଙ୍କ ଉତ୍ପାଦନ ପାଇଁ ଷ୍ଟୋରେଜ୍ ଓ ମାର୍କେଟିଂ ବ୍ୟବସ୍ଥା । ଚାଷ
ନୂଆଦିଲ୍ଲୀ: ସଂସଦରେ ୟୁନିୟନ ବଜେଟ୍ ୨୦୨୪-୨୫ ଉପସ୍ଥାପିତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ସାଧାରଣ ବଜେଟରେ ବିଶେଷ କରି ମଧ୍ୟବିତ୍ତ, ମହିଳା, ଯୁବବର୍ଗ, ନିଯୁକ୍ତି, କୃଷି ଉପରେ ଫୋକସ୍ କରାଯାଇଛି । ଚଳିତ ବଜେଟରେ ବିକଶିତ ଭାରତକୁ ପ୍ରାଥମିକତା ଦିଆଯାଇଛି । ବିଶ୍ବ ବିକାଶ ହାର ଅଡ଼ୁଆରେ ରହିଥିବା ବେଳେ ଭାରତରେ ଅଭିବୃଦ୍ଧି ହାର ନିୟନ୍ତ୍ରଣରେ ରହିଛି । ଭାରତରେ ମହଙ୍ଗା ଦର ୪ ପ୍ରତିଶତରେ ସୀମିତ ରହିଛି । ଚଳିତ ବଜେଟ୍ ଭାରତ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ନିର୍ମଳାଙ୍କ ବଜେଟରେ ୯ ସୂତ୍ରୀ ଯୋଜନା ରହିଛି ।
୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଏହି ବଜେଟ୍ । ୫ ବର୍ଷରେ ୪କୋଟି ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ । ୨ ବର୍ଷରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ତାଲିମ୍ ମିଳିବ । ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ନ୍ୟାସନାଲ କର୍ପୋରେସନ ପଲିସି ଆଣାଯିବ । ନିଯୁକ୍ତି, ଶିକ୍ଷା ଓ ଦକ୍ଷିତା ବିକାଶ ଲାଗି ୧ଲକ୍ଷ ୮ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୃଷି କ୍ଷେତ୍ର ପାଇଁ ୧ଲକ୍ଷ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରାକୃତିକ ଉପାୟରେ ଚାଷ ପାଇଁ ୧କୋଟି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଚାଷୀଙ୍କୁ ୩୨ଟି ଫସଲରେ ମିଳିବ ୧୦୯ଟି ଅମଳକ୍ଷମ ବିହନ । ଚାଷୀଙ୍କ ଉତ୍ପାଦନ ପାଇଁ ଷ୍ଟୋରେଜ୍ ଓ ମାର୍କେଟିଂ ବ୍ୟବସ୍ଥା । ଚାଷୀଙ୍କ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା କରାଯିବ ।