ବଜେଟ୍‌ରେ ‘ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶାର’ ରୋଡ୍ ମ୍ୟାପ୍

ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୪-୨୫ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ୍ ଭାଷଣରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ପ୍ରଗତିରେ ଗ୍ରାମୀଣ ଏବଂ ନଗର ଉନ୍ନୟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । ବଜେଟରେ ରାଜ୍ୟ ସରକାର ଗ୍ରାମୀଣ ଓଡ଼ିଶାର ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଆରମ୍ଭ ପାଇଁ ଘୋଷଣା କରିଛନ୍ତି । ନୂଆ ଯୋଜନା ପାଇଁ ବଜେଟରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବା ଏବଂ ଅକ୍ଷୟ ଶକ୍ତି ସମ୍ୱଳ ବ୍ୟବହାର କରିବା ପଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ସୌରଚାଳିତ ଷ୍ଟ୍ରିଟ ଲାଇଟିଂ ସିଷ୍ଟମ୍ ଯୋଜନା ଆରମ୍ଭ କରିବେ ସରକାର । ଏଥିରେ ପାଇଁ ବଜେଟରେ ୧୦ କୋଟି ବ୍ୟୟବରାଦ କରାଯାଇଛି ।ବ୍ୟାପକ ସହରୀକରଣ ପାଇଁ ‘ଉନ୍ନତି’ ଯୋଜନାକୁ ଏକ ପ୍ରମୁଖ ପଦକ୍ଷେପ ବୋଲି ବଜେଟରେ ଉଲ୍ଲେଖ ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆହ୍ୱାନ ମୁକାବିଲା ପାଇଁ ସହରୀ ନମନୀୟତା ବୃଦ୍ଧି କରିବା ଏବଂ ବୃଦ୍ଧି ପାଇଁ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ । ଏହି ଯୋଜନା ପାଇଁ ୬ ଶହ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ବଜେଟ୍‌ରେ ‘ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶାର’ ରୋଡ୍ ମ୍ୟାପ୍

ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୪-୨୫ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ୍ ଭାଷଣରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ପ୍ରଗତିରେ ଗ୍ରାମୀଣ ଏବଂ ନଗର ଉନ୍ନୟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । 

ବଜେଟରେ ରାଜ୍ୟ ସରକାର ଗ୍ରାମୀଣ ଓଡ଼ିଶାର ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଆରମ୍ଭ ପାଇଁ ଘୋଷଣା କରିଛନ୍ତି । ନୂଆ ଯୋଜନା ପାଇଁ ବଜେଟରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗ୍ରାମୀଣ ଭିତ୍ତିଭୂମିକୁ ବୃଦ୍ଧି କରିବା ଏବଂ ଅକ୍ଷୟ ଶକ୍ତି ସମ୍ୱଳ ବ୍ୟବହାର କରିବା ପଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ସୌରଚାଳିତ ଷ୍ଟ୍ରିଟ ଲାଇଟିଂ ସିଷ୍ଟମ୍ ଯୋଜନା ଆରମ୍ଭ କରିବେ ସରକାର । ଏଥିରେ ପାଇଁ ବଜେଟରେ ୧୦ କୋଟି ବ୍ୟୟବରାଦ କରାଯାଇଛି ।

ବ୍ୟାପକ ସହରୀକରଣ ପାଇଁ ‘ଉନ୍ନତି’ ଯୋଜନାକୁ ଏକ ପ୍ରମୁଖ ପଦକ୍ଷେପ ବୋଲି ବଜେଟରେ ଉଲ୍ଲେଖ ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆହ୍ୱାନ ମୁକାବିଲା ପାଇଁ ସହରୀ ନମନୀୟତା ବୃଦ୍ଧି କରିବା ଏବଂ ବୃଦ୍ଧି ପାଇଁ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ । ଏହି ଯୋଜନା ପାଇଁ ୬ ଶହ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।