ବଜେଟ୍‌ରେ ଯୁବ ପିଢିଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନାହିଁ, ଓଡ଼ିଶାକୁ ପୁଣି ଅଣଦେଖା: ନବୀନ

ଭୁବନେଶ୍ଵର: ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬। ବଜେଟ୍‌ର ମୋଟ୍ ଆକାର ୫୦.୬୫ ଲକ୍ଷ କୋଟିର ରହିଛି। ଶାସକ ଏନଡିଏ ବଜେଟ୍‌କୁ ୨୦୪୭ ବିକଶିତ ଭାରତର ଏକ ଅୟମାରମ୍ଭ କହୁଥିବା ବେଳେ ବିରୋଧୀ ଏହା ଏକ ନିରାଶଜନକ ବଜେଟ୍ ବୋଲି କହିଛନ୍ତି। ଏହି କ୍ରମରେ ଓଡିଶାରେ ବିରୋଧୀ ବିଜେଡି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ନିରାଶଜନକ ବୋଲି କହିଛନ୍ତି। ନବୀନ ଏକ୍ସରେ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆଜି ଦେଶର ଯୁବପିଢ଼ିକୁ ଚାକିରିର ଅତ୍ୟନ୍ତ ଆବଶ୍ୟକତା ରହିଛି। ସାଧାରଣ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିର ଶିକାର ହେଉଛନ୍ତି। ଏହା ଦୁର୍ଭାଗ୍ୟଜନକ ଯେ ଦେଶ ସମ୍ମୁଖୀନ ହେଉଥିବା ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମାଧାନ ଏହି ବଜେଟ୍‌ରେ ନାହିଁ।  ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଯଥାର୍ଥ ଭାବରେ ଦାବି କରିଆସୁଛି। ଅନ୍ୟ ରାଜ୍ୟଗୁଡ଼ିକ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଉଥିବାବେଳେ, ପୁଣିଥରେ କେନ୍ଦ୍ର ସରକାର ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ନବୀନ କହିଛନ୍ତି। Today, the youth of the country are in the dire need of jobs and common people are bearing the brunt of unchecked #PriceRise of essential commod

ବଜେଟ୍‌ରେ ଯୁବ ପିଢିଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନାହିଁ,  ଓଡ଼ିଶାକୁ ପୁଣି ଅଣଦେଖା: ନବୀନ

ଭୁବନେଶ୍ଵର: ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬। ବଜେଟ୍‌ର ମୋଟ୍ ଆକାର ୫୦.୬୫ ଲକ୍ଷ କୋଟିର ରହିଛି। ଶାସକ ଏନଡିଏ ବଜେଟ୍‌କୁ ୨୦୪୭ ବିକଶିତ ଭାରତର ଏକ ଅୟମାରମ୍ଭ କହୁଥିବା ବେଳେ ବିରୋଧୀ ଏହା ଏକ ନିରାଶଜନକ ବଜେଟ୍ ବୋଲି କହିଛନ୍ତି। ଏହି କ୍ରମରେ ଓଡିଶାରେ ବିରୋଧୀ ବିଜେଡି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ନିରାଶଜନକ ବୋଲି କହିଛନ୍ତି। 

ନବୀନ ଏକ୍ସରେ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆଜି ଦେଶର ଯୁବପିଢ଼ିକୁ ଚାକିରିର ଅତ୍ୟନ୍ତ ଆବଶ୍ୟକତା ରହିଛି। ସାଧାରଣ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିର ଶିକାର ହେଉଛନ୍ତି। ଏହା ଦୁର୍ଭାଗ୍ୟଜନକ ଯେ ଦେଶ ସମ୍ମୁଖୀନ ହେଉଥିବା ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମାଧାନ ଏହି ବଜେଟ୍‌ରେ ନାହିଁ।  

ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଯଥାର୍ଥ ଭାବରେ ଦାବି କରିଆସୁଛି। ଅନ୍ୟ ରାଜ୍ୟଗୁଡ଼ିକ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଉଥିବାବେଳେ, ପୁଣିଥରେ କେନ୍ଦ୍ର ସରକାର ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ନବୀନ କହିଛନ୍ତି। 




ଅନ୍ୟପଟେ ଚଳିତ ବଜେଟ୍‌ ନେଇ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ ଲେଖିଛନ୍ତି ।