ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର
ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ବାପା କାଶୀନାଥ ବାରିକ ଓ ମଝିଆ ଭାଇ ସୌମ୍ୟରଞ୍ଜନ ବାରିକ ଗୁରୁତର ହୋଇଛନ୍ତି। ସକାଳୁ ସକାଳୁ ପୁରା ପରିବାର ଘର ନିକଟରେ ଥିବା ମୁଗ କ୍ଷେତକୁ ମୁଗ ଅମଳ ପାଇଁ ଯାଇଥିଲେ। ହଠାତ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ପ୍ରଚଣ୍ଡ ବିଜୁଳି ଓ ଘଡ଼ଘଡି ରେ […] The post ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର appeared first on Dharitri Odia News.
ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ବାପା କାଶୀନାଥ ବାରିକ ଓ ମଝିଆ ଭାଇ ସୌମ୍ୟରଞ୍ଜନ ବାରିକ ଗୁରୁତର ହୋଇଛନ୍ତି। ସକାଳୁ ସକାଳୁ ପୁରା ପରିବାର ଘର ନିକଟରେ ଥିବା ମୁଗ କ୍ଷେତକୁ ମୁଗ ଅମଳ ପାଇଁ ଯାଇଥିଲେ। ହଠାତ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ପ୍ରଚଣ୍ଡ ବିଜୁଳି ଓ ଘଡ଼ଘଡି ରେ ଅଚାନକ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରେ ମୁଗ ନଷ୍ଟ ହେବା ପାଇଁ ସେମାନେ ମୁଗ ଗୁଡ଼ିକୁ ଘୋଡ଼ାଇବା ସମୟରେ ଏକ ଘଡ଼ଘଡି ମାରିଥିଲା। କେହି କିଛି ବୁଝିବା ପୂର୍ବରୁ ସମସ୍ତେ ଆବକ ହୋଇ ତଳେ ପଡ଼ିଯାଇଥିଲେ। ଘଡ଼ଘଡି ପ୍ରଭାବରେ କାଶୀନାଥ ଓ ମଝିଆ ପୁଅ ସୌମ୍ୟରଞ୍ଜନ ଗୁରତର ହୋଇଥିଲେ। ମାତ୍ର ସାନ ପୁଅ ଦୀପ୍ତିରଞ୍ଜନ କ୍ଷେତରୁ ଉଠି ନଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ କ୍ରନ୍ଦନ ଓ ଆକୁଳ ଚିତ୍କାର ଶୁଣି ଗ୍ରାମର ଅନ୍ୟ ଲୋକମାନଙ୍କ ସହ କେତକିପାଟଣା ସମିତି ସଭ୍ୟ ସମ୍ପଦ କୁମାର ପରଡ଼ା ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଦୀପ୍ତିରଞ୍ଜନଙ୍କୁ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପା କାଶୀନାଥଙ୍କୁ ନିକଟସ୍ଥ ପାଣିଛତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ମଝିଆଁ ପୁଅ ସୌମ୍ୟରଞ୍ଜନ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବଳଙ୍ଗା ଥାନା ପୋଲିସ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଦୀପ୍ତିରଞ୍ଜନଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି। ସବୁଠାରୁ ଦୁଃଖର ବିଷୟ ଏହି ପରିବାରର ଅର୍ଥାତ କାଶୀନାଥଙ୍କ ବଡ଼ ପୁଅ କିଛି ମାସ ପୂର୍ବରୁ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଏଭଳି ଭାବରେ ଆଉ ଗୋଟିଏ ପୁଅର ମୃତ୍ୟୁ ଯେମିତି ପରିବାର ଉପରେ କଳାବାଦଲ ମାଡ଼ିବସିଛି। ଏପଟେ ଏତେ କମ ବୟସରେ ଦୁଇ ଦୁଇଟା ବିଧବା ସ୍ତ୍ରୀ ଓ ତାଙ୍କ ପିଲା ଛୁଆ କିଭଳି ଚାଲିବେ ତାହାକୁ ନେଇ ବାହୁନି କାନ୍ଦୁଛନ୍ତି ପୂରା ପରିବାର। ମୃତ ଦୀପ୍ତିରଞ୍ଜନଙ୍କ ସ୍ତ୍ରୀ ରୁବିବାଳା ବାରିକଙ୍କ ସହ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି।
The post ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର appeared first on Dharitri Odia News.