ବଜ୍ରପାତରେ ପଶ୍ଚିମବଙ୍ଗରେ ୧୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତ ହୋଇଛି। ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ମାଣିକଛକ ଥାନା ଅଞ୍ଚଳର , ୩ ଜଣ ମାଲଦା ଥାନା ଅଧୀନସ୍ଥ ସାହାପୁରର, ୨ ଜଣ ଗାଜୋଲ ଥାନା ଅଧୀନସ୍ଥ ଅଦିନାର ଏବଂ ୨ ଜଣ ରତୁଆ ଥାନା ଅଧୀନସ୍ଥ ବାଲୁପୁର ଅଞ୍ଚଳର। ସେହିପରି ଅନ୍ୟ ୨ ଜଣ ହରିଶ୍ଚନ୍ଦ୍ରପୁରର। ସେମାନେ ଏକ ଚାଷଜମିରେ କାମ […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତ ହୋଇଛି। ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ମାଣିକଛକ ଥାନା ଅଞ୍ଚଳର , ୩ ଜଣ ମାଲଦା ଥାନା ଅଧୀନସ୍ଥ ସାହାପୁରର, ୨ ଜଣ ଗାଜୋଲ ଥାନା ଅଧୀନସ୍ଥ ଅଦିନାର ଏବଂ ୨ ଜଣ ରତୁଆ ଥାନା ଅଧୀନସ୍ଥ ବାଲୁପୁର ଅଞ୍ଚଳର। ସେହିପରି ଅନ୍ୟ ୨ ଜଣ ହରିଶ୍ଚନ୍ଦ୍ରପୁରର। ସେମାନେ ଏକ ଚାଷଜମିରେ କାମ କରୁଥିବାବେଳେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ପୁଲିସ ଅନୁଯାୟୀ ମୃତ ୨ ନାବାଳକ ହେଉଛନ୍ତି ମାଣିକଛକ ଥାନା ଅଧୀନସ୍ଥ ବାସିନ୍ଦା। ଆଜି ଅପରାହ୍ନରେ ପଶ୍ଚିମବଙ୍ଗର ମାଲଦା ଏବଂ ମୁର୍ଶିଦାବାଦର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଥିଲା।