ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ
ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼। ତାଙ୍କ ସ୍ତ୍ରୀ ବୁଧୁନି ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ସକାଳେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା। ବର୍ଷା ହେବା ଦେଖି ବାଇଧରଙ୍କ ସ୍ତ୍ରୀ ବୁଧୁନି ଘର ବାହାରେ ତାରରେ ଶୁଖାଇଥିବା ଲୁଗାକୁ ଆଣିବାକୁ ଯାଇଥିବା ସମୟରେ ବଜ୍ରପାତ […] The post ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ appeared first on Dharitri Odia News.
ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼। ତାଙ୍କ ସ୍ତ୍ରୀ ବୁଧୁନି ଆହତ ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସକାଳେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା। ବର୍ଷା ହେବା ଦେଖି ବାଇଧରଙ୍କ ସ୍ତ୍ରୀ ବୁଧୁନି ଘର ବାହାରେ ତାରରେ ଶୁଖାଇଥିବା ଲୁଗାକୁ ଆଣିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ପରେ ସ୍ତ୍ରୀ ତଳେ ପଡ଼ିଯିବା ଦେଖି ବାଇଧର ସ୍ତ୍ରୀଙ୍କୁ ଉଠାଇବାକୁ ଯାଇଥିବା ବେଳେ ପୁଣି ଆଉଥରେ ବଜ୍ରପାତ ହୋଇଥିଲା। ଫଳରେ ବାଇଧର ସଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରୁ ସଂଜ୍ଞାହୀନ ଅବସ୍ଥାରେ ଥିବା ସ୍ତ୍ରୀ ଏବଂ ସ୍ବାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ବାଇଧରଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ବୁଧୁନି ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମହୁଲଡ଼ିହା ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ବାଇଧରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେସ୍ ନମ୍ବର ୨୨/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
The post ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ appeared first on Dharitri Odia News.