ବଜ୍ରାଘାତରେ କୃଷକ ମୃତ

ଆଠଗଡ଼: ଆଠଗଡ଼ ସୀମାବର୍ତ୍ତୀ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଅଧିନ ଝୁମ୍ପୁଡିଆ ଗ୍ରାମରେ ଗୁରୁବାର ସକାଳେ ନିଜ ଚାଷଜମିରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇ ଜଣେ କୃଷକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଝୁମ୍ପୁଡିଆ ଗ୍ରାମର ମହେଶ୍ୱର ଡାଳୁଆ (୬୦) ସକାଳେ ନିଜ ଚାଷଜମିକୁ ଯାଇ କାମ କରୁଥିବାବେଳେ ହଠାତ୍‌‌ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ମହେଶ୍ୱର ବିଲ ମଧ୍ୟରେ ପଡ଼ିଯାଇଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା […]

ବଜ୍ରାଘାତରେ କୃଷକ ମୃତ

ଆଠଗଡ଼: ଆଠଗଡ଼ ସୀମାବର୍ତ୍ତୀ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଅଧିନ ଝୁମ୍ପୁଡିଆ ଗ୍ରାମରେ ଗୁରୁବାର ସକାଳେ ନିଜ ଚାଷଜମିରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇ ଜଣେ କୃଷକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଝୁମ୍ପୁଡିଆ ଗ୍ରାମର ମହେଶ୍ୱର ଡାଳୁଆ (୬୦) ସକାଳେ ନିଜ ଚାଷଜମିକୁ ଯାଇ କାମ କରୁଥିବାବେଳେ ହଠାତ୍‌‌ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ମହେଶ୍ୱର ବିଲ ମଧ୍ୟରେ ପଡ଼ିଯାଇଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ପରୀକ୍ଷାନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଆଠଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ।