ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ
ସାନଖେମୁଣ୍ଡି: ପାଟପୁର ଥାନା ପଟିଗୁଡା ପଞ୍ଚାୟତ ପଟିଗୁଡା ଗ୍ରାମରେ ସୋମବାର କାଳବୈଶାଖୀ ବଜ୍ରାଘାତରେ ଜଣେ ନାବାଳକଙ୍କ ମୃତ ଘଟିଛି। ମୃତକ ଜଣଙ୍କ ହେଲେ ପଟିଗୁଡା ଗ୍ରାମର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ଗୌଡ (୧୬)। ସୂଚନା ମୁତାବକ, ସୋମବାର ଅପରାହ୍ନରେ ଛେଳି ଚରାଇ ଗୁହାଳକୁ ନେଉଥିବା ସମୟରେ ହଠାତ୍ ବର୍ଷା ଓ ବଜ୍ରପାତ ହୋଇଥିଲା। ନାବାଳକ ଜଣଙ୍କ ଗୁହାଳକୁ ଯାଉଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ସେଠାରେ ସେ ଅଚେତ ହୋଇ ପଡ଼ିଥିଲା । […]

ସାନଖେମୁଣ୍ଡି: ପାଟପୁର ଥାନା ପଟିଗୁଡା ପଞ୍ଚାୟତ ପଟିଗୁଡା ଗ୍ରାମରେ ସୋମବାର କାଳବୈଶାଖୀ ବଜ୍ରାଘାତରେ ଜଣେ ନାବାଳକଙ୍କ ମୃତ ଘଟିଛି। ମୃତକ ଜଣଙ୍କ ହେଲେ ପଟିଗୁଡା ଗ୍ରାମର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ଗୌଡ (୧୬)।
ସୂଚନା ମୁତାବକ, ସୋମବାର ଅପରାହ୍ନରେ ଛେଳି ଚରାଇ ଗୁହାଳକୁ ନେଉଥିବା ସମୟରେ ହଠାତ୍ ବର୍ଷା ଓ ବଜ୍ରପାତ ହୋଇଥିଲା। ନାବାଳକ ଜଣଙ୍କ ଗୁହାଳକୁ ଯାଉଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ସେଠାରେ ସେ ଅଚେତ ହୋଇ ପଡ଼ିଥିଲା । ନିକଟରେ ଥିବା ଲୋକମାନେ ନାବାଳକକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାକାର ଡାକ୍ତର ଜିତୁ ଗୌଡଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପାଟପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।