ବଜ୍ରାଘାତରେ ୩୨ ଛେଳି ମୃତ, ୪ ଜଣ ଛେଳି ଚରାଳି ଆହତ

ଭଞ୍ଜନଗର ୨୫।୩: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ନୂଆଗାଁ-ହାତୀଖାଲ ଗ୍ରାମ ନିକଟରେ ଛେଳି ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୫ଟା ସମୟରେ ବଜ୍ରାଘାତ ଘଟିଛି । ବଜ୍ରାଘାତରେ ୩୨ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଳି ଚରାଇବାକୁ ଯାଇଥିବା ୪ ଛେଳି ଚରାଳି ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ଲୋକେ ଆହତଙ୍କୁ ଉଦ୍ଧାର କରି ସଂଗେ ସଂଗେ ଚିକିତ୍ସା ନିମନ୍ତେ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଇଥିଲେ l ଚିକିତ୍ସା ପରେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଆହତମାନେ ହାତୀଖାଲ  ଅଞ୍ଚଳର ବୋଲି ସୂଚନା ରହିଛି l You Can Read :ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବାପା, ଏବେ ଶବ ସଂସ୍କାର ପାଇଁ ଆସୁନି ପୁଅ

ବଜ୍ରାଘାତରେ ୩୨ ଛେଳି ମୃତ, ୪ ଜଣ ଛେଳି ଚରାଳି ଆହତ

ଭଞ୍ଜନଗର ୩: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ନୂଆଗାଁ-ହାତୀଖାଲ ଗ୍ରାମ ନିକଟରେ ଛେଳି ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୫ଟା ସମୟରେ ବଜ୍ରାଘାତ ଘଟିଛି । ବଜ୍ରାଘାତରେ ୩୨ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଳି ଚରାଇବାକୁ ଯାଇଥିବା ୪ ଛେଳି ଚରାଳି ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ଲୋକେ ଆହତଙ୍କୁ ଉଦ୍ଧାର କରି ସଂଗେ ସଂଗେ ଚିକିତ୍ସା ନିମନ୍ତେ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଇଥିଲେ l ଚିକିତ୍ସା ପରେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଆହତମାନେ ହାତୀଖାଲ  ଅଞ୍ଚଳର ବୋଲି ସୂଚନା ରହିଛି l

 You Can Read :

ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବାପା, ଏବେ ଶବ ସଂସ୍କାର ପାଇଁ ଆସୁନି ପୁଅ