ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍‌

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗରିବ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ୟତମ। ପଞ୍ଚାୟତରୁ ସହରକୁ ସହଜରେ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ବସ୍‌ ସେବା ଯୋଗାଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ୪ଟି ବସ୍‌ ବିଭିନ୍ନ ପଞ୍ଚାୟତରୁ ଗାଁକୁ ଯାଉଛି। ଏନେଇ ପାଳିବନ୍ଧ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ ସମିତି ବୈଠକରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ […] The post ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ appeared first on Dharitri Odia News.

ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍‌

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗରିବ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ୟତମ। ପଞ୍ଚାୟତରୁ ସହରକୁ ସହଜରେ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ବସ୍‌ ସେବା ଯୋଗାଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ୪ଟି ବସ୍‌ ବିଭିନ୍ନ ପଞ୍ଚାୟତରୁ ଗାଁକୁ ଯାଉଛି। ଏନେଇ ପାଳିବନ୍ଧ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ ସମିତି ବୈଠକରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉକ୍ତ ଲକ୍ଷ୍ମୀ ବସ୍‌ ମୟୂରପଦା, ନୀଳାଦ୍ରିପୁର, କଣ୍ଟିଆଗଡ଼ ଦେଇ ଜିଲା ପ୍ରସିଦ୍ଧ ବଟେଶ୍ୱର ପୀଠକୁ ବସ୍‌ସେବା ଆରମ୍ଭ ହୋଇଛି। ଏଥିପାଇଁ ପଞ୍ଚାୟତବାସୀ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ appeared first on Dharitri Odia News.