ବଟେଶ୍ୱର ବେଳାଭୂମିରେ ମା ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି
ଗଞ୍ଜାମ: ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବେଳାଭୂମିରେ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି ଦେଖିବାକୁ ମିଳିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଋଷିକୁଲ୍ୟା ମୁହାଁଣ ବଟେଶ୍ୱର ନିକଟରେ ସମୁଦ୍ର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ମାଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି। ଫଳରେ ବେଳାଭୂମିକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉକ୍ତ ସ୍ଥାନରେ ପର୍ଯ୍ୟଟକ ମାନେ ଚିତ୍ର ଉତ୍ତୋଳନ କରିବା ସହ ସେଲ୍ଫି ନେଉଥିବା ଲକ୍ଷ୍ୟ […]

ଗଞ୍ଜାମ: ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବେଳାଭୂମିରେ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି ଦେଖିବାକୁ ମିଳିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଋଷିକୁଲ୍ୟା ମୁହାଁଣ ବଟେଶ୍ୱର ନିକଟରେ ସମୁଦ୍ର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ମାଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି। ଫଳରେ ବେଳାଭୂମିକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉକ୍ତ ସ୍ଥାନରେ ପର୍ଯ୍ୟଟକ ମାନେ ଚିତ୍ର ଉତ୍ତୋଳନ କରିବା ସହ ସେଲ୍ଫି ନେଉଥିବା ଲକ୍ଷ୍ୟ କରାଯାଇଛି।