ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ- ପ୍ରଶାସନ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ସକାଳେ ଉତ୍ତରକାଶୀର ଗଙ୍ଗାନାନୀରେ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ହେଲିକପ୍ଟର ଖସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘରୋଇ ହେଲିକପ୍ଟରରେ ପାଞ୍ଚ ମହିଳାଙ୍କ ସହ ୨ ପୁରୁଷ ଥିଲେ । ପାଇଲଟଙ୍କ ସମେତ ୬ ଜଣଙ୍କ […]

ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ- ପ୍ରଶାସନ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।
ଗୁରୁବାର ସକାଳେ ଉତ୍ତରକାଶୀର ଗଙ୍ଗାନାନୀରେ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ହେଲିକପ୍ଟର ଖସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘରୋଇ ହେଲିକପ୍ଟରରେ ପାଞ୍ଚ ମହିଳାଙ୍କ ସହ ୨ ପୁରୁଷ ଥିଲେ । ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ମୋଟ ୭ ଜଣ ହେଲିକପ୍ଟରଟିରେ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଯାତ୍ରୀ ଆନ୍ଧ୍ରପ୍ରଦେଶ ଓ ୪ ଜଣ ମହାରାଷ୍ଟ୍ରର ବାସିନ୍ଦା ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସଭିଏଁ ଗଙ୍ଗୋତ୍ରୀ ଧାମ ଦର୍ଶନ ପାଇଁ ଯାଉଥିଲେ।

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚାଲିଛି। କେଦାରନାଥ, ବଦ୍ରିନାଥ ଏବଂ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଦର୍ଶନ ପାଇଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଆସୁଛନ୍ତି। କିଛି ଲୋକ ପାଦରେ ଚାଲି ଚାଲି ଯାଇଛନ୍ତି ଯେତେବେଳେ ଅନେକ ହେଲିକପ୍ଟର ସେବା ଯୋଗେ ପହଞ୍ଚୁଛନ୍ତି। ଆଜି ଉତ୍ତରାଖଣ୍ଡର ପାଗ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି। ଡେରାଡୁନ୍‌, ଉତ୍ତରକାଶୀ, ଚାମୋଲି, ରୁଦ୍ରପ୍ରୟାଗ, ତେହେରୀ, ପାଉରି, ନୈନିତାଲ ଏବଂ ଚମ୍ପୱାତରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହିତ ପ୍ରବଳ ପବନ ମଧ୍ୟ ହୋଇପାରେ।

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..