ବଡ ବିଜୟ ଅଭିମୁଖେ ରାହୁଲ ଗାନ୍ଧି,ଉଭୟ ୱାୟନାଡ ଓ ରାୟବରେଲି ସିଟ୍‌ରେ ୧ଲକ୍ଷରୁ ଅଧିକ ଭୋଟ୍‌ରେ ଆଗୁଆ

ନୂଆଦିଲ୍ଲୀ ୪/୬: ବଡ ବିଜୟ ଆଡକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି ରାହୁଲ ଗାନ୍ଧି। କେରଳର ଓ୍ୱାୟନାଡରେ କଂଗ୍ରେସ ନେତା ରାହୁଲ ବଡ଼ ମାର୍ଜିନ୍‌ରେ ଆଗକୁ ବଢ଼ୁଛନ୍ତି। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ସିପିଆଇର ଭେଟେରାନ୍‌ ନେତା ରାଜା ତାଙ୍କୁ ଟକ୍କର ଦେଉଛନ୍ତି। ସେ ୧,୧୩,୨୮୧ ଭୋଟ୍‌ରେ ଆଗୁଆ ଥିବା ସୂଚନା ମିଳିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ କଂଗ୍ରେସର ଗଡ଼ କୁହାଯାଉଥିବା ରାୟବେରେଲିରେ ମଧ୍ୟ ରାହୁଲ ଢ଼େର ଆଗରେ ଅଛନ୍ତି। ସେ ଏଠାରେ ୧ ଲକ୍ଷ ୪୭ ହଜାର ୯୩୫ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ୭୧,୦୫୪ ଭୋଟ୍‌ରେ ପଛୁଆ ଅଛନ୍ତି। 