ବଡଦିନକୁ ଦୃଷ୍ଟିରେ ରଖି ପୁଲିସର ଫ୍ଳାଗମାର୍ଚ୍ଚ

ଜି.ଉଦୟଗିରି : ଆଗକୁ ବଡଦିନ । ଖ୍ରୀଷ୍ଟ ବିଶ୍ବାସୀ ମାନେ ଆନନ୍ଦ ଉଲ୍ଲାସର ସହ ବଡଦିନକୁ ଧୁମଧାମରେ ପାଳନ କରିବାକୁ ଯାଉଥିବାବେଳେ ଶାନ୍ତିଶୃଙ୍ଖଳାର ସହ କିପରି ପାଳନ ହୋଇପାରିବ ସେ ନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ସୋମବାର ଜି.ଉଦୟଗିରି ପୋଲିସ ଭାରପ୍ରାପ୍ତ ଅଧିକାରୀ ଭଗବାନ ପୁଜାରୀଙ୍କ ନେତୃତ୍ବ ଏବଂ ଏସଆଇ ଅନନ୍ତ ପ୍ରଧାନ,ଏସଆଇ କେ.କାମରାଜୁ ରେଡି,ଏସଆଇ ରଞ୍ଜିତା ବେହେରାଙ୍କ ତତ୍ତ୍ବାବଧାନରେ ଦୁଇ ପ୍ଳାଟୁନ ପୋଲିସ ସହ […]

ବଡଦିନକୁ ଦୃଷ୍ଟିରେ ରଖି ପୁଲିସର ଫ୍ଳାଗମାର୍ଚ୍ଚ

ଜି.ଉଦୟଗିରି : ଆଗକୁ ବଡଦିନ । ଖ୍ରୀଷ୍ଟ ବିଶ୍ବାସୀ ମାନେ ଆନନ୍ଦ ଉଲ୍ଲାସର ସହ ବଡଦିନକୁ ଧୁମଧାମରେ ପାଳନ କରିବାକୁ ଯାଉଥିବାବେଳେ ଶାନ୍ତିଶୃଙ୍ଖଳାର ସହ କିପରି ପାଳନ ହୋଇପାରିବ ସେ ନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ସୋମବାର ଜି.ଉଦୟଗିରି ପୋଲିସ ଭାରପ୍ରାପ୍ତ ଅଧିକାରୀ ଭଗବାନ ପୁଜାରୀଙ୍କ ନେତୃତ୍ବ ଏବଂ ଏସଆଇ ଅନନ୍ତ ପ୍ରଧାନ,ଏସଆଇ କେ.କାମରାଜୁ ରେଡି,ଏସଆଇ ରଞ୍ଜିତା ବେହେରାଙ୍କ ତତ୍ତ୍ବାବଧାନରେ ଦୁଇ ପ୍ଳାଟୁନ ପୋଲିସ ସହ ଥାନା ସମ୍ମୁଖରୁ ଫ୍ଳାଗମାର୍ଚ୍ଚରେ ବାହାରି ସହରର ଗାନ୍ଧୀଛକ, ବନ୍ଧଛକ, ବରାଳିନୀ ମାର୍କେଟ ଆଦି ବିଭିନ୍ନ ଅଞ୍ଚଳରେ ଫ୍ଳାଗମାର୍ଚ୍ଚ କରି ପୁଣି ଥାନାକୁ ଫେରିଥିଲେ ।