ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ: ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା
ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଏବେ ସୁଦ୍ଧା ୨ଲକ୍ଷ ଆବେଦନ ଖାରଜ ହୋଇଛି। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଅନ୍ୟପଟେ ୬୦ ବର୍ଷ ମହିଳାଙ୍କୁ ମିଳିବନି […] The post ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ: ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଏବେ ସୁଦ୍ଧା ୨ଲକ୍ଷ ଆବେଦନ ଖାରଜ ହୋଇଛି। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ୬୦ ବର୍ଷ ମହିଳାଙ୍କୁ ମିଳିବନି ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇ କହିଛନ୍ତି, ସୁଭଦ୍ରାରୁ କଟି SSPDରେ ଭତ୍ତା ପାଇବେ ମହିଳା। ‘୯୩ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ। ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ଦିଆଯିବ।
The post ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ: ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା appeared first on Dharitri Odia News.