ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ ବଜାୟ ରଖି ନା ଛାଡିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି, କେ.ଏଲ ରାହୁଲ ନିଜେ ଏହି ଦଳରେ ନ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନିଲାମର ଏକ ଅଂଶ ହେବାକୁ ଚାହୁଁଛନ୍ତି। ପୂର୍ବରୁ ଖବର ଆସିଥିଲା ଯେ, ଏଲ୍‌ଏସ୍‌ଜି ମାଲିକ ସଞ୍ଜୀବ ଗୋଏଙ୍କା ଏବଂ କେ.ଏଲ […] The post ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ appeared first on Dharitri Odia News.

ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ ବଜାୟ ରଖି ନା ଛାଡିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି, କେ.ଏଲ ରାହୁଲ ନିଜେ ଏହି ଦଳରେ ନ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନିଲାମର ଏକ ଅଂଶ ହେବାକୁ ଚାହୁଁଛନ୍ତି।

ପୂର୍ବରୁ ଖବର ଆସିଥିଲା ଯେ, ଏଲ୍‌ଏସ୍‌ଜି ମାଲିକ ସଞ୍ଜୀବ ଗୋଏଙ୍କା ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏଲ୍‌ଏସ୍‌ଜି ସେମାନଙ୍କ ଅଧିନାୟକଙ୍କୁ ବଜାୟ ରଖିବେ, କିନ୍ତୁ ବର୍ତ୍ତମାନ ବିପରୀତ ସୂଚନା ବାହାରକୁ ଆସୁଛି। କେ.ଏଲ ରାହୁଲ ଏଲ୍‌ଏସ୍‌ଜି ଛାଡିବାକୁ ଯାଉଛନ୍ତି। ଯଦିଓ, ଏନେଇ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ କେ.ଏଲ ରାହୁଲ ଏଲ୍‌ଏସ୍‌ଜି ଛାଡି ମେଗା ନିଲାମର ଏକ ଅଂଶ ହେବେ ବୋଲି ବିଶ୍ୱାସ କରାଯାଉଛି। କେପି ରାହୁଲ ଆଇପିଏଲ ୨୦୨୨ ସିଜନରେ ପ୍ରଥମ ଥର ପାଇଁ ଏଲ୍‌ଏସ୍‌ଜି ପାଇଁ ଖେଳିଥିଲେ।

The post ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ appeared first on Dharitri Odia News.