ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୭।୩: ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହାରି ଭିତରେ ବଡ଼ ଖବର […] The post ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ appeared first on Dharitri Odia News.

ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୭।୩: ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

ଏହାରି ଭିତରେ ବଡ଼ ଖବର ଆସିଛି। ତାରାଙ୍କୁ ଗିରଫ କରିଛି ପୋଲିସ। କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ଉଠାଇନେଇଛି ପୋଲିସ।  କଂଗ୍ରେସ କର୍ମୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ବ୍ୟାରିକେଡ ଭାଙ୍ଗିବା ବେଳେ ଲାଠିଚାର୍ଜ ହୋଇଛି। ଲାଠିଚାର୍ଜବେଳେ ଚେୟାର ଫୋପାଡ଼ିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଟେକାପଥର ଓ ଟମାଟୋ ମାଡ଼ କରିଛି କଂଗ୍ରେସ। ପୋଲିସର ଶେଷ B ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ ଚେଷ୍ଟା କରିଛି। ଯାହାଦ୍ୱାରା ବିଧାନସଭା ଘେରାଉ କରିପାରିବ।

ଲୋୟର ପିଏମଜିରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କଲା ପୋଲିସ । ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କୁ ପଥରମାଡ଼ । ଚେୟାର ସହ ବୋତଲ ଫିଙ୍ଗିଲେ କର୍ମୀ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରୁଛି ପୋଲିସ ।  ପୋଲିସ୍‌ଙ୍କ ଉପରକୁ  କର୍ମୀ ଫିଙ୍ଗିଲେ ଢ଼େଲା ଏବଂ ଚେୟାର ।

The post ବଡ଼ ଖବର: ତାରାଙ୍କୁ ଉଠାଇନେଲା ପୋଲିସ, ରାଜନୀତିରେ ହଇଚଇ appeared first on Dharitri Odia News.