ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams

ଓ୍ବାଶିଂଟନ,୧୪।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ମାର୍ଚ୍ଚ ୧୨ରେ ପୃଥିବୀରୁ ଲଞ୍ଚ୍‌ କରିବ। ସେଥିରେ ଯାଇଥିବା ମହାକାଶଚାରୀଙ୍କୁ ଉଭୟ ସୁନୀତା ଏବଂ ବୁଚ୍‌ କାର୍ଯ୍ୟ ହସ୍ତାନ୍ତର କରିବା ପରେ ମାର୍ଚ୍ଚ ୧୯ରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟରେ ପୃଥିବୀକୁ ଫେରିବେ। ସମ୍ପ୍ରତି ସୁନୀତା […] The post ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams appeared first on Dharitri Odia News.

ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams

ଓ୍ବାଶିଂଟନ,୧୪।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ମାର୍ଚ୍ଚ ୧୨ରେ ପୃଥିବୀରୁ ଲଞ୍ଚ୍‌ କରିବ। ସେଥିରେ ଯାଇଥିବା ମହାକାଶଚାରୀଙ୍କୁ ଉଭୟ ସୁନୀତା ଏବଂ ବୁଚ୍‌ କାର୍ଯ୍ୟ ହସ୍ତାନ୍ତର କରିବା ପରେ ମାର୍ଚ୍ଚ ୧୯ରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟରେ ପୃଥିବୀକୁ ଫେରିବେ। ସମ୍ପ୍ରତି ସୁନୀତା ଉକ୍ତ ଉଡ଼ନ୍ତା ଲାବରେଟୋରିର କମାଣ୍ଡର ରହିଥିବାବେଳେ ମାର୍ଚ୍ଚ ୧୨ରେ ଯିବାକୁ ଥିବା ଅନ୍ୟ ଜଣେ ମହାକାଶଚାରୀ ଏହି ଦାୟିତ୍ୱ ସମ୍ଭାଳିବେ। ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟ ସପ୍ତାହେ ଲାଗିବ ବୋଲି ବୁଚ୍‌ ଏକ ଗଣମାଧ୍ୟମକୁ କହିଛନ୍ତି।

ଗତବର୍ଷ ଜୁନ୍‌ରେ ସୁନୀତା ଏବଂ ବୁଚ୍‌ ବୋଇଂର ଷ୍ଟାର୍‌ଲାଇନର କ୍ୟାପ୍‌ସୁଲ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ। ଉକ୍ତ ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ସେମାନେ ୮ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ ଫସିରହିଛନ୍ତି। ଆସନ୍ତା ମାସରେ ସେମାନଙ୍କ ପୃଥିବୀ ଫେରିବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି।

The post ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams appeared first on Dharitri Odia News.