ବଡ଼ ଘୋଷଣା: ରବିବାର ୯ ଘଣ୍ଟା ବିଦ୍ୟୁତ କାଟ୍‌

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ 132/33 କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ ଲାଗି ଆସନ୍ତା ୧୬ ତାରିଖରେ ୯ଘଣ୍ଟା power cut ବନ୍ଦ ରହିବ। ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ। ଏଥିରେ ଉକ୍ତ ଜିଲାର ବଡ଼ମାଳ, ବାନ୍ଦୁଟିକ୍ରା, ଭଟଲି, ଡେବ୍ରିଗଡ଼, ଦେଓଗାଁ, ଗାଇସୀମା, ଗୋବିନ୍ଦପୁର, ଗୋପାଳପୁର, କମଗାଁ, କଟାପାଲି, କେନ୍ଦୁଗୁଡ଼ା, ଲାଣ୍ଡିଝୁରି, ପ୍ରଧାନପାଲି, ଶରଧାପାଲି, […] The post ବଡ଼ ଘୋଷଣା: ରବିବାର ୯ ଘଣ୍ଟା ବିଦ୍ୟୁତ କାଟ୍‌ appeared first on Dharitri Odia News.

ବଡ଼ ଘୋଷଣା: ରବିବାର ୯ ଘଣ୍ଟା ବିଦ୍ୟୁତ କାଟ୍‌

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ 132/33 କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ ଲାଗି ଆସନ୍ତା ୧୬ ତାରିଖରେ ୯ଘଣ୍ଟା power cut ବନ୍ଦ ରହିବ। ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ।

ଏଥିରେ ଉକ୍ତ ଜିଲାର ବଡ଼ମାଳ, ବାନ୍ଦୁଟିକ୍ରା, ଭଟଲି, ଡେବ୍ରିଗଡ଼, ଦେଓଗାଁ, ଗାଇସୀମା, ଗୋବିନ୍ଦପୁର, ଗୋପାଳପୁର, କମଗାଁ, କଟାପାଲି, କେନ୍ଦୁଗୁଡ଼ା, ଲାଣ୍ଡିଝୁରି, ପ୍ରଧାନପାଲି, ଶରଧାପାଲି, ତେରେଙ୍ଗପାଲି, ତୋରା, ଅମ୍ବପାଲି ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

The post ବଡ଼ ଘୋଷଣା: ରବିବାର ୯ ଘଣ୍ଟା ବିଦ୍ୟୁତ କାଟ୍‌ appeared first on Dharitri Odia News.