ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…
ଭୁବନେଶ୍ୱର,୭।୯: ଏମ୍ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ । ଦେଇ ସେ କହିଛନ୍ତି, ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ […] The post ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ… appeared first on Dharitri Odia News.
ଭୁବନେଶ୍ୱର,୭।୯: ଏମ୍ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ । ଦେଇ ସେ କହିଛନ୍ତି, ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ଅଧିକ ତର୍ଜମା ହେବା ଦରକାର । କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତି ଯଦି ଦଳ ଛାଡିବେ ତାହାଲେ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ ବୋଲି କହିଛନ୍ତି ଅମର ପ୍ରସାଦ ଶତପଥୀ ।
ମମତାଙ୍କ ପରେ ରାଜ୍ୟ ସଭା ସଦସ୍ୟ ଥିବା ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। କିଛିଦିନ ଅନ୍ତରରେ ୨ ଜଣ ରାଜ୍ୟ ସଭା ସଦସ୍ୟ ବିଜେଡି ଛାଡ଼ି ଭାଜପାରେ ସାମିଲହେବା ବିଜେଡି ପାଇଁ ଚିନ୍ତା ବଢ଼ାଇଦେଇଛି। ସୁଜିତ୍ ପ୍ରଥମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇବା ପରେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ନିକଟକୁ ଯାଇ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।
ସୁଜିତ ଭାଜପାରେ ସାମିଲ ହେବା ନେଇ ମମତା ମହାନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ। ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି। ବିଜେଡିରେ ବହୁ ନେତା ଅବହେଳିତ ହୋଇ ରହୁଛନ୍ତି। ସାରା ରାଜ୍ୟରେ ଦୁର୍ନୀତି ହୋଇଛି।
ବିଜେଡି ଛାଡିବା ପରେ ସୁଜିତ୍ ଟୁଇଟ୍ କରି କହିଛନ୍ତି, ତାଙ୍କୁ ଦଳରେ ଅନାଦର କରାଯାଉଥିଲା। ଦଳ ଆଉ ତାଙ୍କର ସେବା ଆବଶ୍ୟକତା କରୁ ନ ଥିଲା। ସେଥିଲାଗି ଏଭଳି କଠିନ ନିଷ୍ପତ୍ତି ନେଇଛନ୍ତି। ସୁଜିତ୍ଙ୍କ ଏଭଳି ନିଷ୍ପତ୍ତି ଭିତରେ ବିଜେଡି ମଧ୍ୟ ସୁଜିତ୍ଙ୍କୁ ଦଳରୁ ବହିଷ୍କାର କରିଥିବା ଏକ ଚିଠି ଜାରି କରିଛି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ବହିଷ୍କାର କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଇସ୍ତଫା ଦିଆନିଆର କିଛି ସମୟ ମଧ୍ୟରେ ସୁଜିତ୍ କୁମାର ଭାଜପାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟଠାରେ ପହଞ୍ଚି ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ପି ଭର୍ତ୍ତୃହରି ମହତାବ, ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ଭାଜପାରେ ମିଶିଛନ୍ତି।
The post ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ… appeared first on Dharitri Odia News.