ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ…
ଭୁବନେଶ୍ୱର,୨।୮: ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଥିବା ବେଳେ ପୀଡ଼ିତାଙ୍କ ବାପା ବଡ଼ ବୟାନ ଦେଇଛନ୍ତି। ସରକାର ଯାହା ସହଯୋଗ କରିବା କଥା କହିଛନ୍ତି। ମୋ’ ପାଖରେ ମୋ’ ଝିଅ ଆଜି ନାହିଁ। ମାନସିକ ଚିନ୍ତା ଯୋଗୁ ସେ ତାର ଜୀବନ ନେଇଛି। ଏଥିରେ ଆପଣମାନେ ରାଜନୀତି ନ କରି ତା ପାଇଁ […] The post ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ… appeared first on Dharitri Odia News.
ପ୍ରକାଶ ଥାଉ କି, ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାରଲିଫ୍ଟ ।ତେବେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବା ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ଖୁଲାସା କରିଛି। ଏହି ଘଟଣାରେ ତଦନ୍ତ ଶେଷ ପର୍ଯାୟରେ ପହଞ୍ଚିଥିବା ଓଡ଼ିଶା ପୋଲିସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ (@odisha_police) ମାଧ୍ୟମରେ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଥିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ, ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି।
ଏହି ଘଟଣାରେ ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଶୁଣି ଓଡ଼ିଶା ପୋଲିସ ଗଭୀର ଦୁଃଖ ପ୍ରକାଶ କରିଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରାରମ୍ଭରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଦିଲ୍ଲୀ ଏମ୍ସରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଥିଲେ, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା।
The post ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ… appeared first on Dharitri Odia News.