ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି । କାରଣ ତାଙ୍କ ସାନ ପୁଅ ବିଜେଡିରେ ମିଶିଛନ୍ତି। ବିଜେଡିରେ ମିଶିବା ପରେ ସେ ଭୁବନେଶ୍ବର ଲୋକ ସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ […] The post ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’ appeared first on Dharitri Odia News.

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି । କାରଣ ତାଙ୍କ ସାନ ପୁଅ ବିଜେଡିରେ ମିଶିଛନ୍ତି। ବିଜେଡିରେ ମିଶିବା ପରେ ସେ ଭୁବନେଶ୍ବର ଲୋକ ସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ ଦଳ ତାଙ୍କୁ ଏମପି ଟିକେଟ୍‌ ଦେଇଛିି। ଯାହାକୁ ନେଇ ଶ୍ରୀମୟୀ ବଡ ଧକ୍କା ଲାଗିଛି।

ତେବେ ଏହାରି ଭିତରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କଡ଼ା ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ବି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି । ବାପାଙ୍କ ୬୦ ବର୍ଷର ଇମେଜ ସବୁ ଚାଲିଗଲା । କିନ୍ତୁ ଆମେ କଂଗ୍ରେସ ଛାଡ଼ିବୁ ନାହିଁ । ଏହାସହ ସେ କହିଛନ୍ତି, ‘ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକ୍‌ରେ ନାହିଁ, ସେ ଅଲଗା ଲାଇନ ଧରିଲା । କେବଳ ଏତିକି ନୁହେଁ, ସାନ ଭାଇ ମନ୍ମଥ ରାଉତରାୟକୁ ନେଇ ସିଦ୍ଧାର୍ଥ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ।

ସେପଟେ ବୁଧବାର ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ମନ୍ମଥ ରାଉତରାୟ । ବିଜେଡିରେ ଯୋଗଦେବା ପରେ ମନ୍ମଥ ରାଉତରାୟ କହିଛନ୍ତି, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି ।

The post ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’ appeared first on Dharitri Odia News.