ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ା ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତା ବଡଭଉଣୀ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଧୀନ କଇଥାପାଳ ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ରାଜକନିକା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ଯୁବତୀଙ୍କ ସାନଭାଇ ଖୋର୍ଦ୍ଧାର ଏକ ଇଞ୍ଜିନିୟରିଂ କଲେଜର […] The post ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା appeared first on Dharitri Odia News.

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ା ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତା ବଡଭଉଣୀ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଧୀନ କଇଥାପାଳ ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ରାଜକନିକା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଯୁବତୀଙ୍କ ସାନଭାଇ ଖୋର୍ଦ୍ଧାର ଏକ ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର। ସେ ଛୁଟିରେ ଘରକୁ ଆସିଥିଲେ। ମାମୁ କଟକରେ ଚିକିତ୍ସାଧୀନ ଥିବାରୁ ତାଙ୍କ ମା’ବାପା ଅନ୍ୟ ଜଣେ ସମ୍ପର୍କୀୟ ମାମୁଙ୍କ ସହ ଶୁକ୍ରବାର କଟକ ଯାଇଥିଲେ। ଘରେ ପୀଡ଼ିତା ଯୁବତୀ ଓ ତାଙ୍କ ସାନଭାଇ ଥିଲେ। ସାରେ ସେମାନଙ୍କ ଘରେ ନିଜ ଗଁାର ହେମନ୍ତ ଜେନା, ଜୟକୁମାର ଜେନା, ବିକ୍ରମ ଜେନାଙ୍କ ସହିତ ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ଗଁାର ଋତୁରାଜ ଜେନା ଭୋଜି କରିଥିଲେ। ହେଲେ ସୁଯୋଗ ଦେଇ ଯୁବତୀଙ୍କୁ ହେମନ୍ତ ଅସଦାଚରଣ କରିଥିଲେ। ଏହାକୁ ନେଇ ସେ ପାଟିି କରିବାରୁ ତାଙ୍କ ସାନଭାଇ ଦୌଡ଼ି ଆସିଥିଲେ। ଅସଦାଚରଣର ଦୃଶ୍ୟକୁ ଯୁବତୀଙ୍କ ସାନଭାଇ ଦେଖିଦେବାରୁ ତାଙ୍କୁ ହେମନ୍ତ ଧମକ ଦେଇଥିଲେ। ଏହି କଥା କାହାକୁ କହିଲେ, ତୋତେ ଜୀବନରୁ ମାରିଦେବି ବୋଲି କହି ଚାଲି ଯାଇଥିଲେ। ସେତେବେଳକୁ ରାତି ପ୍ରାୟ ସାଢ଼େ ୩ଟା ହୋଇଥିଲା। ଯୁବତୀଜଣକ ସାନଭାଇଙ୍କୁ ତାଙ୍କ ରୁମରେ ଶୋଇବାକୁ ପଠାଇ ନିଜେ ଶୋଇଥିଲେ। ହେଲେ ଅଳ୍ପ ସମୟ ପରେ ଜୟ ଜେନା ଓ ବିକ୍ରମ ଜେନା ଯୁବତୀଙ୍କୁ ଡାକିଥିଲେ। ସେ ଯାଇ ଦେଖିଲା ବେଳକୁ ତାଙ୍କ ସାନଭାଇଙ୍କ ଶରୀର ଧୋତିରେ ଝୁଲିଥିଲା। ଚଟାଣଠାରୁ ଅଳ୍ପ ଉଚ୍ଚତାରେ ସାନଭାଇ ଓହଳି ଥିବାରୁ ଯୁବତୀଜଣକ କିଛି ନ ବୁଝି ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେହେତୁ ହେମନ୍ତ କରିଥିବା ଅସଦାଚରଣ ଘଟଣା ସାନଭାଇ ଦେଖିଥିଲେ, ତେଣୁ ତାଙ୍କୁ ଅଭିଯୁକ୍ତମାନେ ମିଶି ହତ୍ୟା କରିଥିବା ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି ା ଏହି ହତ୍ୟା ଘଟଣାକୁ ଆତ୍ମହତ୍ୟା କରିବାକୁ ସେମାନେ ଉଦ୍ୟମ କରିଥିବା ଏତଲାରେ ଦର୍ଶାଯାଇଛି।

The post ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା appeared first on Dharitri Odia News.