ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି

ଧର୍ମଶାଳା,୮।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୨୧୮ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୧୩୦ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୨ ରନ୍‌ରେ ଖେଳୁଛନ୍ତି। ୟଶସ୍ବୀ ଜୟସ୍ବାାଲ ୫୭ ରନରେ ଆଉଟ୍‌ ହୋଇଛନ୍ତି। ଏଥିସହ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ହୋଇଛନ୍ତି। ରୋହିତ ଅଧିନାୟକ ଭାବରେ ସମସ୍ତ ତିନୋଟି ଫର୍ମାଟରେ ୧୦୦୦ ରନ […] The post ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି appeared first on Dharitri Odia News.

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି

ଧର୍ମଶାଳା,୮।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୨୧୮ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୧୩୦ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୨ ରନ୍‌ରେ ଖେଳୁଛନ୍ତି। ୟଶସ୍ବୀ ଜୟସ୍ବାାଲ ୫୭ ରନରେ ଆଉଟ୍‌ ହୋଇଛନ୍ତି। ଏଥିସହ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ହୋଇଛନ୍ତି। ରୋହିତ ଅଧିନାୟକ ଭାବରେ ସମସ୍ତ ତିନୋଟି ଫର୍ମାଟରେ ୧୦୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହା କରିବାରେ ତୃତୀୟ ଭାରତୀୟ ଖେଳାଳି।
ରୋହିତ ଶର୍ମାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲି ଭାରତୀୟ ଅଧିନାୟକ ଭାବରେ ଏହି ତିନିଟିରେ ୧୦୦୦ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଫାଫ ଡୁ ପ୍ଲେସିସ, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଏବଂ ପାକିସ୍ଥାନର ବାବର ଆଜାମ ଏହା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ ରେ କେବଳ ୬ ଅଧିନାୟକ ସମସ୍ତ ତିନୋଟି ଫର୍ମାଟରେ ୧୦୦୦ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ତାଙ୍କ ନାମରେ ଆଉ ଏକ ବଡ଼ ରେକର୍ଡ କରିଛନ୍ତି। ରୋହିତ ଶର୍ମା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୫୦ଟି ଛକା ପୂରଣ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଏସୀୟ ବ୍ୟାଟ୍ସମ୍ୟାନ।

The post ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି appeared first on Dharitri Odia News.