ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ
ଭୁବନେଶ୍ୱର,୯।୧୦: ଖୁବଶ୍ରୀର୍ଘ ବାରିପଦାରେ ଏକ କଳାବାଘ ସଫାରୀ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। କଳାବାଘ ସଫାରୀ ତିଆରି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏପରିକି ସିଜେଡ୍ଏଠାରୁ ଅନୁମତି ମିଳିସାରିଛି। ହେଲେ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ଏହି ସଫାରରେ ରଖାଯିବ। ଏହା ଦ୍ବାରା କଳାବାଘ ବଂଶ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଥିବା ପିସିସିଏଫ୍ ନନ୍ଦ […] The post ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ appeared first on Dharitri Odia News.
ଭୁବନେଶ୍ୱର,୯।୧୦: ଖୁବଶ୍ରୀର୍ଘ ବାରିପଦାରେ ଏକ କଳାବାଘ ସଫାରୀ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। କଳାବାଘ ସଫାରୀ ତିଆରି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏପରିକି ସିଜେଡ୍ଏଠାରୁ ଅନୁମତି ମିଳିସାରିଛି। ହେଲେ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ଏହି ସଫାରରେ ରଖାଯିବ। ଏହା ଦ୍ବାରା କଳାବାଘ ବଂଶ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଥିବା ପିସିସିଏଫ୍ ନନ୍ଦ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ, କିଛିଦିନ ତଳେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଏକ କଳାବାଘ ବିଚରଣ କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ସେହିପରି ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ଏକ ବ୍ଲାକ ପାନ୍ଥର ବା କଳାବାଘ ଠାବ ହୋଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏହି ବିରଳ କଳାବାଘର ଫଟୋ କଏଦ ହୋଇଛି। ୨୦୧୮ରେ ପ୍ରଥମେ ଏହି କଳାବାଘ ଉକ୍ତ ଜଙ୍ଗଲରେ ଠାବ ହୋଇଥିଲା। ପୁଣି ୨୦୨୨ ଓ ୨୦୨୩ରେ ମଧ୍ୟ ଟ୍ରାପ କ୍ୟାମେରାରେ କଳାବାଘକୁ ଠାବ କରାଯାଇଥିଲା। ଏଥର ୩ ମାସ ତଳେ ପୁଣି କ୍ୟାମେରାରେ ଚିହ୍ନଟ ହୋଇଛି।
The post ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ appeared first on Dharitri Odia News.