ବଡ଼ଦାଣ୍ଡରେ ଚେତା ହରାଇଲେ ଶ୍ରଦ୍ଧାଳୁ

ପୁରୀ,୨୭।୬: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରଦ୍ଧାଳୁଙ୍କ […] The post ବଡ଼ଦାଣ୍ଡରେ ଚେତା ହରାଇଲେ ଶ୍ରଦ୍ଧାଳୁ appeared first on Dharitri Odia News.

ବଡ଼ଦାଣ୍ଡରେ ଚେତା ହରାଇଲେ ଶ୍ରଦ୍ଧାଳୁ

ପୁରୀ,୨୭।୬: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରଦ୍ଧାଳୁଙ୍କ ପରିଚୟ ମିଳିପାରି ନାହିଁ।

The post ବଡ଼ଦାଣ୍ଡରେ ଚେତା ହରାଇଲେ ଶ୍ରଦ୍ଧାଳୁ appeared first on Dharitri Odia News.