ବଡ଼ବିଲ ସବ୍ଜେଲ ୱାର୍ଡର ନିଲମ୍ବିତ
ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀଙ୍କ ମୃତ୍ୟୁ ଘଟଣା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ସୂଚନାଥାଉକି, ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଗଷ୍ଟ ୨୦ ମଙ୍ଗଳବାର ତୁଷାରକାନ୍ତ ମଲ୍ଲିକ ଜେଲକୁ ଯାଇଥିଲେ। ପରଦିନ ତୁଷାରଙ୍କ ମୃତଦେହ ଜେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ତୁଷାର ବିଚାରାଧୀନ […] The post ବଡ଼ବିଲ ସବ୍ଜେଲ ୱାର୍ଡର ନିଲମ୍ବିତ appeared first on Dharitri Odia News.
ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀଙ୍କ ମୃତ୍ୟୁ ଘଟଣା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
ସୂଚନାଥାଉକି, ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଗଷ୍ଟ ୨୦ ମଙ୍ଗଳବାର ତୁଷାରକାନ୍ତ ମଲ୍ଲିକ ଜେଲକୁ ଯାଇଥିଲେ। ପରଦିନ ତୁଷାରଙ୍କ ମୃତଦେହ ଜେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ତୁଷାର ବିଚାରାଧୀନ ବନ୍ଦୀ ଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହୋଇଥିଲା। ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଜେଲ କର୍ତ୍ତୃପକ୍ଷ ଜଣାଇଥିଲେ। ମାତ୍ର ତାହା ଆତ୍ମହତ୍ୟା କି ନୁହେଁ ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଜେଲ ୱାର୍ଡର ତରୁଣଙ୍କୁ ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ କରିଛନ୍ତି। ଏ ନେଇ ଜେଲ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ବଡବିଲ ସବ୍ ଜେଲ ସୁପରିଣ୍ଟେଣ୍ଡେଣ୍ଟ ପୁନମ ପ୍ରଭା ନାୟକ କହିଛନ୍ତି।
The post ବଡ଼ବିଲ ସବ୍ଜେଲ ୱାର୍ଡର ନିଲମ୍ବିତ appeared first on Dharitri Odia News.