ବଢ଼ିପାରେ ଚିନି ମୂଲ୍ୟ: ତୁରନ୍ତ ଏମ୍‌ଏସପି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି

ନୂଆଦିଲ୍ଲୀ: ଉତ୍ପାଦନ ଖର୍ଚ୍ଚ ବଢ଼ୁଛି, ତେଣୁ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ବଢ଼ାଅ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପାଖରେ ଏଭଳି ଦାବି କରିଛି ଭାରତୀୟ ଚିନି ଏବଂ ଜୈବ-ଉର୍ଜା ଉତ୍ପାଦକ ସଂଘ। ସଂଘ କହିଛି, ୨୦୧୯ ଠାରୁ ଚିନିର ଏମ୍‌ଏସପି ୩୧ ଟଙ୍କା ରହିଛି। ଏଥିରେ କୌଣସି ବୃଦ୍ଧି ହୋଇ ନାହିଁ। ଆଉ ବର୍ତ୍ତମାନ ମହଙ୍ଗା ବଜାରରେ ଚିନିର ଉତ୍ପାଦନ ଖର୍ଚ୍ଚ ବଢ଼ୁଛି। ଏଥିରେ ମିଲରମାନେ କ୍ଷତି ସହୁଛନ୍ତି। ତେଣୁ ଏମ୍‌ଏସପି କେଜି ପିଛା ୩୯.୧୪ ଟଙ୍କା ବୃଦ୍ଧି କରାଯାଉ ବୋଲି (ଆଇଏସଏମଏ) ଦାବି କରିଛି। ସଂଘର କହିବା କଥା ହେଲା ୨୦୧୯ ଠାରୁ ଏପର୍ଯ୍ୟନ୍ତ ଆଖୁର ଉପଯୁକ୍ତ ଲାଭକାରୀ ମୂଲ୍ୟ ଯାହାକୁ ଇଂରାଜୀରେ ଫେୟାର ରେମୁନେରେଟିଭ ପ୍ରାଇସ୍ ବୋଲି କୁହାଯାଏ, ତାହା ପାଞ୍ଚ ଗୁଣ ବୃଦ୍ଧି ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଚିନି ଉତ୍ପାଦନ ସମୟରେ ଆଖୁର ଏଫ୍ଆରପି କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ରହିଛି।ଚିନି ମୂଲ୍ୟ (ନିୟନ୍ତ୍ରଣ) ନିର୍ଦ୍ଦେଶ ୨୦୨୮ ଅନୁଯାୟୀ, ଏମ୍‌ଏସପି ନିର୍ଣ୍ଣୟ ଏଫ୍‌ଆରପି ସ୍ତରରେ ହିସାବ ଉଚିତ୍। କିନ୍ତୁ ବର୍ତ୍ତମାନର ଏମଏସପି ବର୍ଦ୍ଧିତ ଖର୍ଚ୍ଚକୁ ପୂରା କରୁ ନାହିଁ। ସଂଘ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ଚିନି ଶିଳ୍ପ ରାଜସ୍ୱର ୮୫%ରୁ ଅଧିକ ଯୋଗଦାନ ଦେଇଥିବାରୁ ଚିନିର ଏକ୍ସ ମିଲ ମୂଲ୍ୟ ଆଖୁ କିଣିବାକୁ ଯଥେଷ୍ଟ ହେବା ଉଚିତ ବୋଲି ISMA ଦାବି କରୁଛି।  ଏଥିରେ ଆର୍ଥିକ ସ୍ଥିରତା ଆସିବ

ବଢ଼ିପାରେ ଚିନି ମୂଲ୍ୟ: ତୁରନ୍ତ ଏମ୍‌ଏସପି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି

ନୂଆଦିଲ୍ଲୀ: ଉତ୍ପାଦନ ଖର୍ଚ୍ଚ ବଢ଼ୁଛି, ତେଣୁ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ବଢ଼ାଅ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପାଖରେ ଏଭଳି ଦାବି କରିଛି ଭାରତୀୟ ଚିନି ଏବଂ ଜୈବ-ଉର୍ଜା ଉତ୍ପାଦକ ସଂଘ। ସଂଘ କହିଛି, ୨୦୧୯ ଠାରୁ ଚିନିର ଏମ୍‌ଏସପି ୩୧ ଟଙ୍କା ରହିଛି। ଏଥିରେ କୌଣସି ବୃଦ୍ଧି ହୋଇ ନାହିଁ। ଆଉ ବର୍ତ୍ତମାନ ମହଙ୍ଗା ବଜାରରେ ଚିନିର ଉତ୍ପାଦନ ଖର୍ଚ୍ଚ ବଢ଼ୁଛି। ଏଥିରେ ମିଲରମାନେ କ୍ଷତି ସହୁଛନ୍ତି। ତେଣୁ ଏମ୍‌ଏସପି କେଜି ପିଛା ୩୯.୧୪ ଟଙ୍କା ବୃଦ୍ଧି କରାଯାଉ ବୋଲି (ଆଇଏସଏମଏ) ଦାବି କରିଛି। 

ସଂଘର କହିବା କଥା ହେଲା ୨୦୧୯ ଠାରୁ ଏପର୍ଯ୍ୟନ୍ତ ଆଖୁର ଉପଯୁକ୍ତ ଲାଭକାରୀ ମୂଲ୍ୟ ଯାହାକୁ ଇଂରାଜୀରେ ଫେୟାର ରେମୁନେରେଟିଭ ପ୍ରାଇସ୍ ବୋଲି କୁହାଯାଏ, ତାହା ପାଞ୍ଚ ଗୁଣ ବୃଦ୍ଧି ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଚିନି ଉତ୍ପାଦନ ସମୟରେ ଆଖୁର ଏଫ୍ଆରପି କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ରହିଛି।

ଚିନି ମୂଲ୍ୟ (ନିୟନ୍ତ୍ରଣ) ନିର୍ଦ୍ଦେଶ ୨୦୨୮ ଅନୁଯାୟୀ, ଏମ୍‌ଏସପି ନିର୍ଣ୍ଣୟ ଏଫ୍‌ଆରପି ସ୍ତରରେ ହିସାବ ଉଚିତ୍। କିନ୍ତୁ ବର୍ତ୍ତମାନର ଏମଏସପି ବର୍ଦ୍ଧିତ ଖର୍ଚ୍ଚକୁ ପୂରା କରୁ ନାହିଁ। ସଂଘ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ଚିନି ଶିଳ୍ପ ରାଜସ୍ୱର ୮୫%ରୁ ଅଧିକ ଯୋଗଦାନ ଦେଇଥିବାରୁ ଚିନିର ଏକ୍ସ ମିଲ ମୂଲ୍ୟ ଆଖୁ କିଣିବାକୁ ଯଥେଷ୍ଟ ହେବା ଉଚିତ ବୋଲି ISMA ଦାବି କରୁଛି।  ଏଥିରେ ଆର୍ଥିକ ସ୍ଥିରତା ଆସିବ।”  

ବର୍ତ୍ତମାନ ଏକ୍ସ-ମିଲ ଚିନି ମୂଲ୍ୟ କେଜି ପ୍ରତି ୩୬.୫ ଟଙ୍କା ରହିଛି। ହେଲେ ଉତ୍ପାଦନ ଖର୍ଚ୍ଚ କେଜି ପ୍ରତି ୪୧.୬୬ ଟଙ୍କା ହେଉଛି। ତେଣୁ ଉତ୍ପାଦନ ଖର୍ଚ୍ଚ ଠାରୁ ଚିନି ମୂଲ୍ୟ ବହୁତ କମ ରହିଛି। ଏହି କ୍ଷତିରୁ ବର୍ତ୍ତିବା ପାଇଁ ଚିନିର ଏମଏସପି ବୃଦ୍ଧି କରିବା ଆବଶ୍ୟକ ବୋଲି ସଂଘ କହିଛି। ସଂଘ ଆହୁରି କହିଛି ଯେ ଏଭଳି ସମନ୍ୱୟ ରହିଲେ ମିଲଗୁଡିକ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇପାରିବେ ଏବଂ କୃଷକମାନଙ୍କୁ ଠିକ ସମୟରେ ଦେୟ ପ୍ରଦାନ କରିପାରିବେ। କୃଷକ ଆଖୁରୁ ପେମେଣ୍ଟ ଠିକ୍ ଭାବରେ ନ ପାଇବାରୁ ଏହା ଗ୍ରାମାଞ୍ଚଳର ଅର୍ଥନୀତିକୁ ପ୍ରଭାବିତ କରୁଛି ବୋଲି ସଂଘ କହିଛି। 

ଚିନିର ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ ଉପରେ ସାମାନ୍ୟ ପ୍ରଭାବ ପକାଇବ। କାରଣ ଦେଶର ୬୦ ପ୍ରତିଶତ ଚିନି ବିଭିନ୍ନ ଉଦ୍ୟୋଗ ଦ୍ୱାରା ବ୍ୟବହାର କରାଯାଉଛି। ଆଉ ଏହି ଉଦ୍ୟୋଗମାନଙ୍କର ଉତ୍ପାଦନ ଖର୍ଚ୍ଚ ବହନ କରିବାର କ୍ଷମତା ରହିଛି। ଆଇଏସଏମଏ ସଭାପତି ପ୍ରଭାକର ରାଓ କହିଛନ୍ତି ଉଦ୍ୟୋଗ ଗୁଡ଼କ ସହୁଥିବା କ୍ଷତିର ଭରଣା ପାଇଁ ଆମକୁ ତୁରନ୍ତ ଚିନିର ଏମସଏପି ବୃଦ୍ଧି ପାଇଁ ସରକାରଙ୍କ ସହଯୋଗ ଆବଶ୍ୟକ।