ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା: ପିଛିଲା ଭାବେ ଜାନୁଆରୀରୁ ଲାଗୁ, ୬୧୨ ଟଙ୍କାରୁ ହେଲା…

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି କରିବା ପାଇଁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁହେବ। ସୂଚନାଯୋଗ୍ୟ, ଗୃହରକ୍ଷୀମାନେ ସେମାନଙ୍କ ଦୈନିକ ଭତ୍ତା ୯୦୦ ଟଙ୍କା ଲେଖା କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଗୃହରକ୍ଷୀମାନଙ୍କ […] The post ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା: ପିଛିଲା ଭାବେ ଜାନୁଆରୀରୁ ଲାଗୁ, ୬୧୨ ଟଙ୍କାରୁ ହେଲା… appeared first on Dharitri Odia News.

ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା: ପିଛିଲା ଭାବେ ଜାନୁଆରୀରୁ ଲାଗୁ, ୬୧୨ ଟଙ୍କାରୁ ହେଲା…

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି କରିବା ପାଇଁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁହେବ। ସୂଚନାଯୋଗ୍ୟ, ଗୃହରକ୍ଷୀମାନେ ସେମାନଙ୍କ ଦୈନିକ ଭତ୍ତା ୯୦୦ ଟଙ୍କା ଲେଖା କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଗୃହରକ୍ଷୀମାନଙ୍କ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା। କୋର୍ଟ ମଧ୍ୟ ଏହାକୁ ବୃଦ୍ଧି କରିବା ଲାଗି ଗତ ସରକାର ସମୟରେ ନିର୍ଦ୍ଦେଶ ଦେଇଥିଲା।

The post ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା: ପିଛିଲା ଭାବେ ଜାନୁଆରୀରୁ ଲାଗୁ, ୬୧୨ ଟଙ୍କାରୁ ହେଲା… appeared first on Dharitri Odia News.