ବଢ଼ିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର  ସାମାନ୍ୟ ବୃଦ୍ଧି ପାଇ ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା ବେଳେ ଡିଜେଲ ଦର […] The post ବଢ଼ିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ appeared first on KNews Odisha.

ବଢ଼ିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ
petrol

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର  ସାମାନ୍ୟ ବୃଦ୍ଧି ପାଇ ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି।

ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୪ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୨ ଟଙ୍କା ୧୫ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୩ ଟଙ୍କା ୯୪ ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୭୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୪ ପଇସା ରହିଛି ।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

The post ବଢ଼ିଲା ପେଟ୍ରୋଲ ଦର, ଗାଡ଼ି ଟାଙ୍କି ଭର୍ତ୍ତି କରିବା ପୂର୍ବରୁ ଜାଣନ୍ତୁ ମୂଲ୍ୟ appeared first on KNews Odisha.