ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ
କଟକ,୨୫।୧: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ। ମହାଙ୍ଗା ଡବଲ ମର୍ଡର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମତ୍ୟୁ ଘଟିଥିଲା । ଏହି ଘଟଣାରେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ […] The post ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ appeared first on Dharitri Odia News.
କଟକ,୨୫।୧: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ। ମହାଙ୍ଗା ଡବଲ ମର୍ଡର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମତ୍ୟୁ ଘଟିଥିଲା । ଏହି ଘଟଣାରେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ଜଣଙ୍କ ନାଁରେ ଆଭିଯୋଗ କରିଥିଲେ। ୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣଙ୍କୁ ଗିରଫ କରାଯାଇଥିଲା । ଏତଲା ଅନୁସାରେ ୧୩ତମ ଆଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା। ହେଲେ ପରବର୍ତ୍ତି ସମୟରେ ବିଧାୟକଙ୍କ ନାଁକୁ ଏଫଆଇଆରରୁ ହଟାଇଦିଆଯାଇଥିଲ। ଏହା ବିରୋଧରେ ରମାକାନ୍ତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ଚାର୍ଜସିଟ କରିବାକୁ ମାହାଙ୍ଗା ଥାନା ପୋଲିସକୁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ଚାର୍ଜସିଟ କରିବାକୁ ପୋଲିସ ହେଳା କରିଥିଲା। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କୋର୍ଟ । ସେହିବର୍ଷ ନଭେମ୍ବର ୨୫ତାରିଖ ସୁଦ୍ଧା ଚାର୍ଜସିଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟର ବିଷୟ ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା। ପରେ ବାପାଙ୍କ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରିବା ପାଇଁ ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।
The post ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ appeared first on Dharitri Odia News.