ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚ୍ୟୁଟି, ଜାନୁଆରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୫ ଲକ୍ଷ ବୃଦ୍ଧି ହୋଇଛି। ଗ୍ରାଚ୍ୟୁଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟି (DCRG)କୁ  ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୧ ଜାନୁଆରୀ ୨୦୨୪ରୁ ସମସ୍ତ ସରକାରୀ  କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚ୍ୟୁଟି, ଜାନୁଆରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୫ ଲକ୍ଷ ବୃଦ୍ଧି ହୋଇଛି। ଗ୍ରାଚ୍ୟୁଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟି (DCRG)କୁ  ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୧ ଜାନୁଆରୀ ୨୦୨୪ରୁ ସମସ୍ତ ସରକାରୀ  କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।