ବଢ଼ିଲା ସୁନା ଦର, ୨୦୨୫ ମଧ୍ୟଭାଗ ସୁଦ୍ଧା ଛୁଇଁବ….
ନୂଆଦିଲ୍ଲୀ : ମଙ୍ଗଳବାର ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ଦୁଇ ମାସର ସର୍ବାଧିକ ସ୍ତରରେ ପହଞ୍ଚିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ନେଇ ଅନିଶ୍ଚିତତା ଲାଗିରହିଥିବାରୁ ମଧ୍ୟ ନିବେଶକ ସୁନା କିଣିବାକୁ ପ୍ରାଧାନ୍ୟ ଦେଇଥିଲେ। ଫଳରେ ସୁନା ମୂଲ୍ୟ ବୃଦ୍ଧିପାଇଛି। ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ ସୁଦ୍ଧା ଆଉନ୍ସ ପ୍ରତି ସୁନା ମୂଲ୍ୟ ୦.୪% ବଢ଼ି ୨,୭୧୯.୫୨ ଡଲାରରେ ପହଞ୍ଚିଛି। ନଭେମ୍ବର ୬ ପରେ ଏହା […]

ନୂଆଦିଲ୍ଲୀ : ମଙ୍ଗଳବାର ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ଦୁଇ ମାସର ସର୍ବାଧିକ ସ୍ତରରେ ପହଞ୍ଚିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ନେଇ ଅନିଶ୍ଚିତତା ଲାଗିରହିଥିବାରୁ ମଧ୍ୟ ନିବେଶକ ସୁନା କିଣିବାକୁ ପ୍ରାଧାନ୍ୟ ଦେଇଥିଲେ। ଫଳରେ ସୁନା ମୂଲ୍ୟ ବୃଦ୍ଧିପାଇଛି। ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ ସୁଦ୍ଧା ଆଉନ୍ସ ପ୍ରତି ସୁନା ମୂଲ୍ୟ ୦.୪% ବଢ଼ି ୨,୭୧୯.୫୨ ଡଲାରରେ ପହଞ୍ଚିଛି। ନଭେମ୍ବର ୬ ପରେ ଏହା ସର୍ବାଧିକ। ମଙ୍ଗଳବାର ଡଲାର ମୂଲ୍ୟ ୦.୬ ପ୍ରତିଶତ ହ୍ରାସ ପାଇ ଦୁଇ ସପ୍ତାହର ନିମ୍ନ ସ୍ତରରେ ପହଞ୍ଚିଥିଲା। ୨୦୨୫ ମଧ୍ୟଭାଗ ସୁଦ୍ଧା ସୁନା ମୂଲ୍ୟ ଆଉନ୍ସ ପ୍ରତି ୩ ହଜାର ଡଲାର ଛୁଇଁପାରେ ବୋଲି ବିଶେଷଜ୍ଞ କହିଛନ୍ତି।