ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ !

ଅସ୍ତରଙ୍ଗ,୫ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ)- ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ହାରିଯାଇଥିଲେ। କିନ୍ତୁ ଏଥର ରାଜନୈତିକ ସମୀକରଣ ଓଲଟପାଲଟ ହୋଇଯାଇଛି। ତେଣୁ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଠାରୁ କଂଗ୍ରେସ କାହାକୁ ଟିକେଟ ଦେବ ସେ ନେଇ ଅଙ୍କକଷା ସରୁନି। ଅନ୍ୟପଟେ ଭାଜପା ତରଫରୁ […] The post ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ ! appeared first on Dharitri Odia News.

ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ !

ଅସ୍ତରଙ୍ଗ,୫ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ)- ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ହାରିଯାଇଥିଲେ। କିନ୍ତୁ ଏଥର ରାଜନୈତିକ ସମୀକରଣ ଓଲଟପାଲଟ ହୋଇଯାଇଛି। ତେଣୁ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଠାରୁ କଂଗ୍ରେସ କାହାକୁ ଟିକେଟ ଦେବ ସେ ନେଇ ଅଙ୍କକଷା ସରୁନି। ଅନ୍ୟପଟେ ଭାଜପା ତରଫରୁ ଅନେକ ଆଶାୟୀ ଥିବାବେଳେ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଥମୁନି। ଗତ କିଛିବର୍ଷ ହେବ କାକଟପୁର ନିର୍ବାଚନମଣ୍ଡଳୀରେ ଭାଜପା ନେତା ବାଇଧର ମଲ୍ଲିକ ସଙ୍ଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଅନ୍ୟପଟେ ଭାଜପାରେ ନୂତନ ଭାବେ ସାମିଲ ହୋଇଥିବା ବିଶ୍ୱଭୂଷଣଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପୁରୁଣା ନା ନୂଆ, କାହାକୁ ଭାଜପା ଭରସିବ ତାହା ଉପରେ ଏବେ ସମସ୍ତଙ୍କ ନଜର। ଅନ୍ୟପଟେ ଯଦି ଟିକେଟ ଦେବାରେ ଭୁଲଭାଲ ହେଲା ତେବେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ କାହାକୁ ଟିକେଟ ମିଳିବ ଓ କିଏ କଟିବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

The post ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ ! appeared first on Dharitri Odia News.