ବଢ଼ୁଛି ନିମ୍ନମାନର ଷ୍ଟିଲ ଆମଦାନୀ, କ୍ଵାଲିଟି ଷ୍ଟାଣ୍ଡାର୍ଡକୁ ଆହୁରି କଡ଼ା କରିବାକୁ ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତରେ ବଢ଼ି ଚାଲିଛି ନିମ୍ନମାନର ଷ୍ଟିଲ ଆମଦାନୀ । ବିଶେଷ କରି ଚୀନରୁ ଆମଦାନୀ ହେଉଥିବା ଷ୍ଟିଲକୁ ନେଇ ଚିନ୍ତା ବଢ଼ିଛି। ଏମିତିରେ ଏହାକୁ ରୋକିବା ପାଇଁ ସରକାର କ୍ବାଲିଟି ଷ୍ଟାଣ୍ଡାର୍ଡକୁ ଆହୁରି କଡ଼ା କରିବାକୁ ଯୋଜନା କରୁଛନ୍ତି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସ୍ପାତ ମନ୍ତ୍ରଣାଳୟ ତରଫରୁ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ବୈଠକରେ ଗ୍ଲୋବାଲ ଟ୍ରେଡ ଡାଇଭର୍ଜନ କାରଣରୁ ଏହି କ୍ଷେତ୍ର ଉପରେ ବଢ଼ୁଥିବା ଆଶଙ୍କା ଓ ବିପଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ, ଭାରତ ଷ୍ଟିଲର ଆମାଦାନୀକାରୀ ଦେଶ ହୋଇଛି। ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଦେଶକୁ ୩.୪୫ ମିଲିୟନ ଟନ୍ ଷ୍ଟିଲ ଆମଦାନୀ ହୋଇଛି ଏବଂ ୧.୯୨ ମିଲିୟନ ଟନ୍ ରପ୍ତାନୀ ହୋଇଛି। ଆମଦାନୀ ବୃଦ୍ଧିର କାରଣ ହେଉଛି ବିଶ୍ବ ସ୍ତରରେ ଷ୍ଟିଲ୍ ଉତ୍ପାଦକ ବର୍ତ୍ତମାନ ନୂଆ ବଜାରର ସନ୍ଧାନ କରୁଛନ୍ତି । କାରଣ ବିଶ୍ବରେ ଦେଖାଦେଇଛି ଗ୍ଲୋବାଲ ଟ୍ରେଡ ଡାଇଭର୍ଜନ। ୟୁରୋପୀୟ ୟୁନିୟନ (EU) ଏବଂ ଆମେରିକା ବି ଟାରିଫ ବଢ଼ାଇଛନ୍ତି । ଏମିତିରେ ଚୀନ୍ ଏବେ ଭାରତ ଆଡ଼କୁ ମୁହାଁଇଛି ଏବଂ ଭାରତକୁ ଅଧିକ ଅଧିକ ରପ୍ତାନୀ କରୁଛି। କେବଳ ସେତିକି ନୁହେଁ ଏସବୁ କାରଣରୁ ଭାରତରେ ଷ୍ଟିଲ ଡମ୍ପିଂର ଚିନ୍ତା ମଧ୍ୟ ବଢ଼ିଛି। କ୍ବାଲିଟି ଷ୍ଟାଣ୍ଡାର୍ଡ କଡ଼ା କରିବାକୁ ଚାହୁଛନ୍ତି ସରକାରତେ
ନୂଆଦିଲ୍ଲୀ: ଭାରତରେ ବଢ଼ି ଚାଲିଛି ନିମ୍ନମାନର ଷ୍ଟିଲ ଆମଦାନୀ । ବିଶେଷ କରି ଚୀନରୁ ଆମଦାନୀ ହେଉଥିବା ଷ୍ଟିଲକୁ ନେଇ ଚିନ୍ତା ବଢ଼ିଛି। ଏମିତିରେ ଏହାକୁ ରୋକିବା ପାଇଁ ସରକାର କ୍ବାଲିଟି ଷ୍ଟାଣ୍ଡାର୍ଡକୁ ଆହୁରି କଡ଼ା କରିବାକୁ ଯୋଜନା କରୁଛନ୍ତି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସ୍ପାତ ମନ୍ତ୍ରଣାଳୟ ତରଫରୁ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ବୈଠକରେ ଗ୍ଲୋବାଲ ଟ୍ରେଡ ଡାଇଭର୍ଜନ କାରଣରୁ ଏହି କ୍ଷେତ୍ର ଉପରେ ବଢ଼ୁଥିବା ଆଶଙ୍କା ଓ ବିପଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ, ଭାରତ ଷ୍ଟିଲର ଆମାଦାନୀକାରୀ ଦେଶ ହୋଇଛି। ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଦେଶକୁ ୩.୪୫ ମିଲିୟନ ଟନ୍ ଷ୍ଟିଲ ଆମଦାନୀ ହୋଇଛି ଏବଂ ୧.୯୨ ମିଲିୟନ ଟନ୍ ରପ୍ତାନୀ ହୋଇଛି। ଆମଦାନୀ ବୃଦ୍ଧିର କାରଣ ହେଉଛି ବିଶ୍ବ ସ୍ତରରେ ଷ୍ଟିଲ୍ ଉତ୍ପାଦକ ବର୍ତ୍ତମାନ ନୂଆ ବଜାରର ସନ୍ଧାନ କରୁଛନ୍ତି । କାରଣ ବିଶ୍ବରେ ଦେଖାଦେଇଛି ଗ୍ଲୋବାଲ ଟ୍ରେଡ ଡାଇଭର୍ଜନ। ୟୁରୋପୀୟ ୟୁନିୟନ (EU) ଏବଂ ଆମେରିକା ବି ଟାରିଫ ବଢ଼ାଇଛନ୍ତି । ଏମିତିରେ ଚୀନ୍ ଏବେ ଭାରତ ଆଡ଼କୁ ମୁହାଁଇଛି ଏବଂ ଭାରତକୁ ଅଧିକ ଅଧିକ ରପ୍ତାନୀ କରୁଛି। କେବଳ ସେତିକି ନୁହେଁ ଏସବୁ କାରଣରୁ ଭାରତରେ ଷ୍ଟିଲ ଡମ୍ପିଂର ଚିନ୍ତା ମଧ୍ୟ ବଢ଼ିଛି।
କ୍ବାଲିଟି ଷ୍ଟାଣ୍ଡାର୍ଡ କଡ଼ା କରିବାକୁ ଚାହୁଛନ୍ତି ସରକାର
ତେବେ ସରକାରଙ୍କ ଏଭଳି ସ୍ଥିତିର ବର୍ତ୍ତିବା ପାଇଁ ଯୋଜନା କରିଛନ୍ତି। ଆଉ ଖରାପ ମାନର ଷ୍ଟିଲ ଆମଦାନୀକୁ ରୋକିବା ପାଇଁ ଗୁଣବତ୍ତା ଯାଞ୍ଚକୁ କଡ଼ା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି, ବର୍ତ୍ତମାନ ଅନେକ ଷ୍ଟିଲ ଗ୍ରେଡ୍କୁ ଇସ୍ପାତ ମନ୍ତ୍ରାଳୟ ତରଫରୁ ଜାରି ‘ନୋ ଅବଜେକ୍ସନ ସାର୍ଟିଫିକେଟ’ ବା NOC ଆଧାରରେ ଆମଦାନୀ ଅନୁମତି ଦିଆଯାଉଛି। ଏଥିପାଇଁ ପୂର୍ବରୁ ଜାରି ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ବା QCOକୁ ଗୁରୁତ୍ବ ଦିଆଯାଉନାହିଁ।
ଅବଶ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଆଗକୁ କେବଳ ସେହି ଷ୍ଟିଲ ଗ୍ରେଡ ପାଇଁ ଏନଓସି ଜାରି କରାଯିବ। ଯାହା ସ୍ଥାନୀୟ ଭାବରେ ଉତ୍ପାଦନ ହେଉନାହିଁ। ଏହାଦ୍ବାରା ଏଭଳି ଷ୍ଟିଲର ଆମଦାନୀ ବନ୍ଦ ହେବା ନେଇ ଅନୁମାନ କରାଯାଉଛି, ଯାହା ଭାରତୀୟ ମାନକ ବ୍ୟୁରୋ (BIS) ଅନୁଯାୟୀ ତିଆରି ହୋଇନାହିଁ।
ବଢ଼ାଯିବ QCOsର ପରିସୀମା
ଇସ୍ପାତ ମନ୍ତ୍ରାଳୟର ୧୫୧ଟି QCOs ଅନୁଯାୟୀ, ୧ ହଜାର ୨୭୯ଟି ଷ୍ଟିଲ ଗ୍ରେଡ ପାଇଁ ମାନଦଣ୍ଡ ଜାରି କରାଯାଇଛି। କିନ୍ତୁ ୧ ହଜାର ୧୨୭ ଗ୍ରେଡକୁ ଏନଓସି ସହ ଆମଦାନୀ ଅନୁମତି ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ଅଭାବକୁ ଦୂର କରାଯିବ ଏବଂ QCOsର ପରିସୀମା ବଢ଼ାଯିବ ଫଳରେ ଅଧିକ ଷ୍ଟିଲ ଗ୍ରେଡକୁ QCOsର ପରିସୀମା ଅଧୀନ କରାଯିବ। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସରକାର, ବିଆଇଏସ ମଞ୍ଜୁରୀ ମିଳିନଥିବା କୌଣସି ବି ଷ୍ଟିଲ ଆମଦାନୀକୁ ଇସ୍ପାତ ମନ୍ତ୍ରାଳୟରୁ କ୍ଲିୟରାନ୍ସ ବାଧ୍ୟତାମୂଳକ କରିଥିଲେ । ଉଲ୍ଲେଖଯୋଗ୍ୟ, ଭାରତ ବାର୍ଷିକ ପ୍ରାୟ ୪ ଲକ୍ଷ ଟନ ଅଣ-ବିଆଇଏସ୍ ମାନର ଷ୍ଟିଲ ଆମଦାନୀ କରିଥାଏ, ଯାହାର ଦାମ୍ ପ୍ରାୟ ୪ ହଜାର ୨୦୦ କୋଟି ଟଙ୍କା ରହିଛି।
ଅନ୍ୟ ଦେଶମାନେ ମଧ୍ୟ ନିଜ ଇଣ୍ଡଷ୍ଟ୍ରିର ସୁରକ୍ଷା ପାଇଁ ନେଇଛନ୍ତି ପଦକ୍ଷେପ
ସମୀକ୍ଷା ସମୟରେ ଚୀନ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଦେଶରୁ ବଢ଼ୁଥିବା ଷ୍ଟିଲ ଆମଦାନୀକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଇସ୍ପାତ ମନ୍ତ୍ରଣାଳୟ, ଉଦ୍ୟୋଗର ବିଭିନ୍ନ ହିତଧାରକଙ୍କ ସହ ଆଲୋଚନା କରିଛି।ବୈଠକରେ ଅନ୍ୟ ଦେଶମାନେ କିଭଳି ଉପାୟ ଆପଣାଇଛନ୍ତି ତାହା ଉପରେ ଆଲୋଚନା କରାଯାଇଛି। କାରଣ ଅନ୍ୟ ଦେଶମାନେ ମଧ୍ୟ ନିଜର ଷ୍ଟିଲ ଇଣ୍ଡଷ୍ଟ୍ରିକୁ ସୁରକ୍ଷା ପାଇଁ ପଦକ୍ଷେପ ଉଠାଇଛନ୍ତି।
ଆମେରିକା ଏବଂ କାନାଡା ୨୫% ସେଫଗାର୍ଡ ଡ୍ୟୁଟି ଲଗାଇଛି, ୟୁରୋପୀୟ ୟୁନିୟନ (EU) ଲଗାଇଥିବା ନିୟମ ଅନୁଯାୟୀ, ନିର୍ଦ୍ଧାରିତ କୋଟାରୁ ଅଧିକ ଉପରେ ଆମଦାନୀ ଉପରେ ସେଫଗାର୍ଡ ଡ୍ୟୁଟି ଲଗାଯିବ।ତୁର୍କିଏ, ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ ଏବଂ ଜାପାନ ଭଳି ଦେଶ ମଧ୍ୟ ନିଜର ଉଦ୍ୟୋଗକୁ ବଞ୍ଚାଇବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି।
ସେପ୍ଟେମ୍ବରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ
ଗତ ମାସରେ ସରକାର ଚୀନରୁ ଆମଦାନୀ ହେଉଥିବା କୋଲ୍ଡ-ରୋଲ୍ଡ ନନ୍ ଓରିଏଣ୍ଟେଡ ଇଲେକ୍ଟ୍ରିକାଲ ଷ୍ଟିଲର ଆଣ୍ଟି ଡମ୍ପିଂ ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପ ଦକ୍ଷିଣ କୋରିଆ ଏବଂ ତାଇଓ୍ବାନର ଷ୍ଟିଲ ନିର୍ମାତାଙ୍କ ତରଫରୁ କରାଯାଇଥବା ଅଭିଯୋଗ ପରେ ଉଠାଯାଇଛି। ଏହି ଯାଞ୍ଚ ଘରୋଇ ଷ୍ଟିଲ ଉଦ୍ୟୋଗକୁ ଅନୁଚିତ ବ୍ୟବସାୟିକ ପ୍ରଥାରୁ ରକ୍ଷା କରିବା କରାଯାଉଥିବା ବ୍ୟାପକ ଉଦ୍ୟମର ଅଂଶ।