ବଢିଲା E-KYC ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍‌ତି, ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଶେଷ ହୋଇଥାଆନ୍ତି ଇ-କେୱାଇସିର […]

ବଢିଲା E-KYC ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍‌ତି, ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଜାରି କରିଛନ୍ତି।

ସେ କହିଛନ୍ତି ଯେ, ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଶେଷ ହୋଇଥାଆନ୍ତି ଇ-କେୱାଇସିର ଅବଧି। କିନ୍ତୁ ଯୋଗାଣ ମନ୍ତ୍ରୀ ଏହା ପୂର୍ବରୁ ଅବଧି ତାରିଖକୁ ବୃଦ୍ଧି କରିଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ମାର୍ଚ୍ଚ 31 ଯାଏଁ ବଢିଲା EKYC ପଞ୍ଜିକରଣ ଅବଧି। ରାସନ କାର୍ଡ EKYC ପାଇଁ ଆବେଦନ ପ୍ରକ୍ରିୟା ପୁଣି ବଢିଲା। ଯେଉଁ ସରକାରୀ ଅଧିକାରୀ ଫେରାଉ ନାହାନ୍ତି ରାସନ କାର୍ଡ, କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ସେମାନେ ନିଜ ଆଡୁ ଫେରନ୍ତୁ।

ଏ ଯାଏଁ 90 ପ୍ରତିଶତ ପଞ୍ଜିକରଣ ସରିଛି। ରାଜ୍ୟ ବାହାରେ ରହୁଥିବା 1ଲକ୍ଷ 35 ହଜାର 258 ଲୋକଙ୍କ ପଞ୍ଜିକରଣ ହୋଇଛି। ଗାଁରେ ଏ ଯାଏଁ 12 ଲକ୍ଷ ଲୋକଙ୍କ EKYC ସମ୍ପାଦନ ହୋଇ ପାରି ନାହିଁ। ରାଜ୍ୟରେ ସମୁଦାୟ 11840 ଟି PDS କେନ୍ଦ୍ରରେ EKYC ପଞ୍ଜିକରଣ କରାଯାଉଛି।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଇକେୱାଇସି ଅପଡେଟ୍ ସରିଛି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୬ ଜଣ ଇ-କେୱାଇସି କରିଛନ୍ତି। ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଅପଡେଟ ହୋଇନି।

ଲୋକଙ୍କ ସମସ୍ୟାକୁ ଦେଖି ଅବଧିକୁ ବୃଦ୍ଧି କରାଯାଇଛି। ୩୪୧ ପିଡିଏସ ପଏଣ୍ଟରେ ନେଟୱର୍କ ସମସ୍ୟା ରହିଛି। ୧୧୧ଟିରେ ସ୍ଲୋ ନେଟୱର୍କ, ୨୩୦ଟିରେ ଜିରୋ ନେଟୱର୍କ ରହିଛି।