ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି। ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢିଲା ରିଟର୍ଣ୍ଣ ଫାଇଲ ଅବଧି।... The post ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି appeared first on .

ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି। ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢିଲା ରିଟର୍ଣ୍ଣ ଫାଇଲ ଅବଧି। ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଥିଲା ଆୟକର ରିଟର୍ଣ୍ଣ ଅବଧି ସମୟ। ଏହାକୁ ଆଉ ଅଢେଇ ମାସ ବଢାଇଛି ଆୟକର ବିଭାଗ। ଏହି ନିଷ୍ପତ୍ତି ପରେ ଆୟକର ବିଭାଗକୁ ବଡ ଆଶ୍ଵସ୍ତି ମିଳିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ CBDT ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ ଅବଧି ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କରଦାତା ଯେପରି ସଠିକ ଏବଂ ନିର୍ଭୁଲ ଭାବେ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ ଏହା ସୁନିଶ୍ଚିତ କରିବାକୁ ଆୟକର ବିଭାଗ ଏହି ନିଷ୍ପତ୍ତି ନେଇଛି। ସମୟସୀମା ଅବଧି ବୃଦ୍ଧି କରିବା ନେଇ ଖୁବଶୀଘ୍ର ସିବିଡିଟି ବିଜ୍ଞପ୍ତି ଜାରି କରିବେ। ଏହି ନିଷ୍ପତ୍ତି ଦ୍ଵାର ଚାକିରି କରୁଥିବା ଏବଂ ବ୍ୟବସାୟ କରୁଥିବା କରଦାତାଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ।

ଦେଶରେ ଗତ ଏପ୍ରିଲ ପହିଲାରୁ ନୂଆ ଟାକ୍ସ ରିଜିମ ଲାଗୁ କରାଯାଇଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ନୂଆ ଟ୍ୟାକ୍ସ ବ୍ୟବସ୍ଥା ସହ କରଦାତାଙ୍କୁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନର ମଧ୍ୟ ଲାଭ ମିଳିବ। ଏହା ଦ୍ଵାରା ଯାହାର ଆୟ ବାର୍ଷିକ ୧୨ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟରେ ରହିଛି ସେମାନଙ୍କୁ ଇନକମ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏହା ପୂର୍ବରୁ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା। ଏହାର ସବୁଠାରୁ ଅଧିକ ଫାଇଦା ମଧ୍ୟବିତ୍ତ ଶ୍ରେଣୀଙ୍କୁ ମିଳିବ। ତେବେ ଚଳିତି ଥର ଆୟକର ରିଟର୍ଣ୍ଣ ଫାଇଲରେ ୧୨ ଲକ୍ଷ ଆୟ ବ୍ୟବସ୍ଥାର ଲାଭ କରଦାତାଙ୍କୁ ମିଳିବ ନାହିଁ। ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ ବ୍ୟବସ୍ଥା ୨୦୨୫-୨୬ ଆର୍ଥିକ ବର୍ଷରେ ମିଳିବ ।

The post ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି appeared first on .