ବଢିଲା କଳାକାର-ମାଲିକ ବିବାଦ, ତୁଳସୀ ମାଲିକ କହିଲେ- ଏହିଭଳି ହେଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହେଇଯିବ
ଚଣ୍ଡିଖୋଲ: ଦିନକୁ ଦିନ ବଢ଼ିବାରେ ଲାଗିଛି ଯାତ୍ରା ମାଲିକ ଓ କଳାକାର ବିବାଦ। ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୁଦ୍ଧ ରେ ଆଣିଥିବା ଅଭିଯୋଗ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ନରି ପଣ୍ଡା ପରେ ନରି ପଣ୍ଡା ଙ୍କ ପତ୍ନୀ ଓ ତାଙ୍କ ଝିଅ ସୋସିଆଲ ମିଡିଆରେ ତୁଳସୀ ଗଣନାଟ୍ୟ ମାଲିକ ଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିଛନ୍ତି। ପ୍ରଥମେ ନରି ପଣ୍ଡା ଙ୍କୁ ତୁଳସୀ ଗଣନାଟ୍ୟ ର ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଥିଲେ ନରି ପରେ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଅଭିଯୋଗ ଆଣିଛନ୍ତି।ଜଣେ କଳାକାର ପରିବାର ଛାଡି ବର୍ଷ ତମାମ ରାତି ଅନିଦ୍ରା ହୋଇ କାମ କରୁଛନ୍ତି। ତାଙ୍କ ପାଇଁ ଟଙ୍କା ନୁହଁ ବରଂ ସମ୍ମାନ ବଡ ବୋଲି ନରି ପଣ୍ଡା କହିଛନ୍ତି। ଅନ୍ୟ ପେଟ ନରି ପଣ୍ଡାଙ୍କ ଏକ ସୋସିଆଲ ମିଡ଼ିଆ ରେ ତୁଳସୀ ଗଣନାଟ୍ୟ ର ମାଲିକ ଙ୍କ ଉପରେ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ। ପୂର୍ବରୁ ନରି ପଣ୍ଡା ଯାତ୍ରା ମାଲିକଙ୍କୁ ବାପା ମା କହୁଥିବା ବେଳେ ଏବେ ଯେଉଁ ବ୍ୟବହାର କରୁଛନ୍ତି ତାକୁ ଦର୍ଶକ ଦେଖୁଛନ୍ତି। କଳାକାର ମାନଙ୍କ ଏଭଳି ବ୍ୟବହାର ଆଗାମୀ ଦିନରେ ଯାତ୍ରା ଖୁବ୍ ଶୀଘ୍ର ବନ୍ଦ ହେଇଯିବ। ନରି ପଣ୍ଡା ମାଲିକଙ୍କ ବିରୁଦ୍ଧ ରେ କରିଥିବା ବ୍ୟବହାର ବିରୁଦ୍ଧରେ ସେ ଆଇନ ର ଆଶ୍ରୟ ନେବେ। ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି। ମା
ଚଣ୍ଡିଖୋଲ: ଦିନକୁ ଦିନ ବଢ଼ିବାରେ ଲାଗିଛି ଯାତ୍ରା ମାଲିକ ଓ କଳାକାର ବିବାଦ। ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୁଦ୍ଧ ରେ ଆଣିଥିବା ଅଭିଯୋଗ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ନରି ପଣ୍ଡା ପରେ ନରି ପଣ୍ଡା ଙ୍କ ପତ୍ନୀ ଓ ତାଙ୍କ ଝିଅ ସୋସିଆଲ ମିଡିଆରେ ତୁଳସୀ ଗଣନାଟ୍ୟ ମାଲିକ ଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିଛନ୍ତି। ପ୍ରଥମେ ନରି ପଣ୍ଡା ଙ୍କୁ ତୁଳସୀ ଗଣନାଟ୍ୟ ର ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଥିଲେ ନରି ପରେ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଅଭିଯୋଗ ଆଣିଛନ୍ତି।
ଜଣେ କଳାକାର ପରିବାର ଛାଡି ବର୍ଷ ତମାମ ରାତି ଅନିଦ୍ରା ହୋଇ କାମ କରୁଛନ୍ତି। ତାଙ୍କ ପାଇଁ ଟଙ୍କା ନୁହଁ ବରଂ ସମ୍ମାନ ବଡ ବୋଲି ନରି ପଣ୍ଡା କହିଛନ୍ତି। ଅନ୍ୟ ପେଟ ନରି ପଣ୍ଡାଙ୍କ ଏକ ସୋସିଆଲ ମିଡ଼ିଆ ରେ ତୁଳସୀ ଗଣନାଟ୍ୟ ର ମାଲିକ ଙ୍କ ଉପରେ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ। ପୂର୍ବରୁ ନରି ପଣ୍ଡା ଯାତ୍ରା ମାଲିକଙ୍କୁ ବାପା ମା କହୁଥିବା ବେଳେ ଏବେ ଯେଉଁ ବ୍ୟବହାର କରୁଛନ୍ତି ତାକୁ ଦର୍ଶକ ଦେଖୁଛନ୍ତି। କଳାକାର ମାନଙ୍କ ଏଭଳି ବ୍ୟବହାର ଆଗାମୀ ଦିନରେ ଯାତ୍ରା ଖୁବ୍ ଶୀଘ୍ର ବନ୍ଦ ହେଇଯିବ।
ନରି ପଣ୍ଡା ମାଲିକଙ୍କ ବିରୁଦ୍ଧ ରେ କରିଥିବା ବ୍ୟବହାର ବିରୁଦ୍ଧରେ ସେ ଆଇନ ର ଆଶ୍ରୟ ନେବେ। ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି। ମାଡ ମରାଯିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଟଙ୍କା ନେଇଛନ୍ତି କାମ କରିବା ପାଇଁ ସେ କାମ କରନ୍ତୁ ନ ହେଲେ ସେ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ।
ଏହା ପୂର୍ବରୁ ନରି ପଣ୍ଡା ଗତକାଲି କହିଥିଲେ ଯେ, ତୁଳସୀ ପାର୍ଟିର ମାଲିକ ଓ ତାଙ୍କ ସହଯୋଗୀ ମାନେ ମୋତେ ଧମକ ଦେଉଛନ୍ତି। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅବଗତ କରିଛନ୍ତି । ତେବେ ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ନେବା ଘଟଣାକୁ ନେଇ ନରି ପଣ୍ଡା କହିଥିଲେ ଯେ ତୁଳସୀ ମାଲିକ ପ୍ରମାଣ ଦିଅନ୍ତୁ । ଯଦି ମୁଁ ଅନ୍ୟ କେଉଁ ଯାତ୍ରା ପାର୍ଟି ସହ ଚୁକ୍ତି କରିଥିବି ତାହା ହେଲେ ୩ ବର୍ଷ ପାଇଁ ତୁଳସୀ ପାର୍ଟିରେ ବିନା ପାରିଶ୍ରମିକରେ ଅଭିନୟ କରିବି । କିନ୍ତୁ ଯଦି ନ୍ୟାୟ ନ ମିଳେ ତାହା ହେଲେ ସେ ଯାତ୍ରା ଜଗତରୁ ସନ୍ନ୍ୟାସ ନେବା ସହ ମଞ୍ଚରୁ ବିଦାୟ ନେବି। ଯେଉଁ ସମୟରେ ସେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟର ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ, ନ ହେଲେ ସାଧାରଣ ଲୋକେ ସତ ଜାଣି ପାରିବେ ନାହିଁ ।
ସୂଚନାଯୋଗ୍ୟ, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ।