ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ
ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର... The post ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ appeared first on .
ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ମଙ୍ଗଳବାରଦାଖଲ କରିବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସାନି ନିର୍ବାଚନ କରିବାକୁ ଅଗ୍ରାହ୍ଯ କରିଛନ୍ତି କୋର୍ଟ। ଗତ ଜାନୁଆରୀ ୩୦ ତାରିଖରେ ହୋଇଥିବା ଚଣ୍ଡୀଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଜାଲିଆତି କରି ୮ଟି ଭୋଟକୁ ନାକଚ କରିଦେବା ନେଇ ଅଭିଯୋଗ କରିଥିଲା ଆପ। ଭୋଟଗଣତି ବେଳେ ବାଲଟ ପେପର ଉପରେ ଟିକ୍ ମାର୍କିଂ କରିବାବେଳେ ଅନିଲ ସିସିଟିଭି ଆଡକୁ ଚାହିଁଥିବା ଭିଡିଓ ଭାଇରାଲ ହୋଇଥିଲା।
କାହିଁକି ସିସିଟିଭି ଆଡକୁ ମୁହଁ କରିଥିଲେ ଏବଂ କାହିଁକି ବାଲଟ ପେପର ଉପରେ ମାର୍କିଂ କରିଥିଲେ ବୋଲି ଶୁଣାଣି ବେଳେ ଅନିଲଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏଣୁ ତାଙ୍କ ବିରୋଧରେ ମାମଲା ଦାୟର ହେବା ଆବଶ୍ଯକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିର୍ବାଚନଭିତ୍ତିକ ଗଣତନ୍ତ୍ରରେ ଏହା ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ। ସେପଟେ ଚଣ୍ଡୀଗଡ଼ ମେୟର ପଦରୁ ବିଜେପିର ମନୋଜ ଶଙ୍କର ଇସ୍ତଫା ଦେଇଥିବାବେଳେ ଆପର ୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି। ଗତ ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ଆପର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପିର ମନୋଜ ଶଙ୍କର। ମନୋଜ ୧୬ ଭୋଟ ପାଇଥିବାବେଳେ କୁଲଦୀପ ୧୨ଟି ଭୋଟ ପାଇଥିଲେ। ୮ଟି ଭୋଟ ଆପ୍ ସପକ୍ଷରେ ଯାଇଥିଲେ ବି ତାହାକୁ ରଦ୍ଦ କରିଥିଲେ ପ୍ରିଜାଇଡିଂ ଅଫିସର।
The post ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ appeared first on .