ବଢିଲା ଟିମ୍ ଇଣ୍ଡିଆ ଟେନସନ୍ । ରୋହିତ, ଗିଲ୍ ଖେଳିବେନି । ଏହି ୩ ଖେଳାଳିଙ୍କ ଉପରେ ନଜର

କନକ ବ୍ୟୁରୋ:  ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ପ୍ରଥମ ଟେଷ୍ଟ ଖେଳିବେନି ରୋହିତ, ଶୁଭମନ୍ ଗିଲ୍ ବି ଆହତ ଗାଏକ୍ୱାର୍ଡ ନଚେତ୍ ପଡିକ୍କଲଙ୍କୁ ମିଳିପାରେ ଟିମରେ ସୁଯୋଗ ନ୍ୟୁଜିଲାଣ୍ଡ ବିରୋଧରେ କ୍ଲିନ୍ ସୁଇପ୍ ପରାଜୟ ପରେ, ଏବେ ଅଷ୍ଟ୍ରେଲିଆ ମାଟିରେ ବର୍ଡର ଗାଭାସ୍କର ସିରିଜ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆଉ ଏହି ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଗୋଟିଏ ପଟେ ରୋହିତ ଶର୍ମା ପ୍ରଥମ ଟେଷ୍ଟ ନଖେଳିବା ନେଇ ପକ୍କା ଖବର ଆସୁଥିବାବେଳେ, ଅନ୍ୟପଟେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବି ଅଭ୍ୟାସ ମ୍ୟାଚରେ ଆହତ ହେଇଛନ୍ତି । ଯାହାକି ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ ଦ୍ୱିତୀୟ ଥର ପାଇଁ ବାପା ହେଇଛନ୍ତି ରୋହିତ ଶର୍ମା । ଆଉ ଏହି କାରଣରୁ ସେ ସିରିଜର ପ୍ରଥମ ଟେଷ୍ଟ ମିସ୍ କରିବେ । ତାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଦଳର ଅଧିନାୟକ ଭାର ସମ୍ଭାଳିବେ । ତେବେ ଚିନ୍ତାର ବିଷୟ ହେଉଛି, ଅଭ୍ୟାସ ମ୍ୟାଚରେ ଦଳର ଆଉ ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବି ଆହତ ହେଇଛନ୍ତି । ତାଙ୍କ ଆଙ୍ଗୁଠି ଭାଙ୍ଗିଯିବା କାରଣରୁ ସେ ପ୍ରଥମ ଟେଷ୍ଟ ମିସ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେମିତି ପ୍ଲେଇଙ୍ଗ୍ ୧୧କୁ ନେଇ ପଡିଆକୁ ଓ

ବଢିଲା ଟିମ୍ ଇଣ୍ଡିଆ ଟେନସନ୍ । ରୋହିତ, ଗିଲ୍ ଖେଳିବେନି । ଏହି ୩ ଖେଳାଳିଙ୍କ ଉପରେ ନଜର

କନକ ବ୍ୟୁରୋ: 

  • ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା
  • ପ୍ରଥମ ଟେଷ୍ଟ ଖେଳିବେନି ରୋହିତ, ଶୁଭମନ୍ ଗିଲ୍ ବି ଆହତ
  • ଗାଏକ୍ୱାର୍ଡ ନଚେତ୍ ପଡିକ୍କଲଙ୍କୁ ମିଳିପାରେ ଟିମରେ ସୁଯୋଗ

ନ୍ୟୁଜିଲାଣ୍ଡ ବିରୋଧରେ କ୍ଲିନ୍ ସୁଇପ୍ ପରାଜୟ ପରେ, ଏବେ ଅଷ୍ଟ୍ରେଲିଆ ମାଟିରେ ବର୍ଡର ଗାଭାସ୍କର ସିରିଜ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆଉ ଏହି ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଗୋଟିଏ ପଟେ ରୋହିତ ଶର୍ମା ପ୍ରଥମ ଟେଷ୍ଟ ନଖେଳିବା ନେଇ ପକ୍କା ଖବର ଆସୁଥିବାବେଳେ, ଅନ୍ୟପଟେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବି ଅଭ୍ୟାସ ମ୍ୟାଚରେ ଆହତ ହେଇଛନ୍ତି । ଯାହାକି ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି ।

ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ ଦ୍ୱିତୀୟ ଥର ପାଇଁ ବାପା ହେଇଛନ୍ତି ରୋହିତ ଶର୍ମା । ଆଉ ଏହି କାରଣରୁ ସେ ସିରିଜର ପ୍ରଥମ ଟେଷ୍ଟ ମିସ୍ କରିବେ । ତାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଦଳର ଅଧିନାୟକ ଭାର ସମ୍ଭାଳିବେ । ତେବେ ଚିନ୍ତାର ବିଷୟ ହେଉଛି, ଅଭ୍ୟାସ ମ୍ୟାଚରେ ଦଳର ଆଉ ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବି ଆହତ ହେଇଛନ୍ତି । ତାଙ୍କ ଆଙ୍ଗୁଠି ଭାଙ୍ଗିଯିବା କାରଣରୁ ସେ ପ୍ରଥମ ଟେଷ୍ଟ ମିସ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେମିତି ପ୍ଲେଇଙ୍ଗ୍ ୧୧କୁ ନେଇ ପଡିଆକୁ ଓହ୍ଲାଇବ ତାକୁ ନେଇ ଚର୍ଚ୍ଚା ବଢିଛି ।

ବିସିସିଆଇର ସୂତ୍ରରୁ ଆସୁଥିବା ଖବର ମୁତାବକ, ରୋହିତ ଆଉ ଶୁଭମନ୍ ଗିଲଙ୍କ ଅନୁପସ୍ଥିତିରେ ଦଳ କିଛି ନୂଆ ଖେଳାଳିଙ୍କୁ ପର୍ଥ ଟେଷ୍ଟରେ ସୁଯୋଗ ଦେଇପାରେ । ଖାସ୍ କରି, ଇଣ୍ଡିଆ-ଏ ଟୁରରେ ଭଲ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାର୍ଡ, ଦେବଦତ୍ତ ପଡିକ୍କଲ ନଚେତ୍ ସାଇ ସୁଦର୍ଶନଙ୍କୁ ପ୍ଲେଇଙ୍ଗ୍ ୧୧ରେ ସୁଯୋଗ ମିଳିପାରେ । ତେବେ ଏପର୍ୟ୍ୟନ୍ତ ଦେବଦତ୍ତ ପଡିକଲ ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ, ଗାଏକ୍ୱାର୍ଡ ଆଉ ସାଇ ସୁଦର୍ଶନ ଟେଷ୍ଟ ଡେବ୍ୟୁ କରିନାହାଁନ୍ତି । ତେଣୁ ଏହି ଖେଳାଳିମାନେ ସିଧା ଅଷ୍ଟ୍ରେଲିଆ ମାଟିରେ ଡେବ୍ୟୁ କଲେ, କେମିତି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ବର୍ଡର ଗାଭାସ୍କର ଟ୍ରଫିରେ ରୋହିତଙ୍କ ଜାଗାରେ, ଫର୍ମରେ ଥିବା କେ ଏଲ ରାହୁଲ ଦଳ ପାଇଁ ଓପନିଂ କରିପାରନ୍ତି ବୋଲି କୁହାଯାଉଛି । ଯଶସ୍ୱୀ ଜୟସଓ୍ୱାଲଙ୍କ ସହିତ କେ ଏଲ ରାହୁଲ ଓପନିଂ କରିବା ସହିତ , ଅନ୍ୟ କୌଣସି ନୂଆ ଖେଳାଳି ୩ ନମ୍ବରରେ ବ୍ୟାଟିଂ କରିପାରନ୍ତି ବୋଲି କୁହାଯାଉଛି । ଏହାସହ ରିଷଭ ପନ୍ତ, ସର୍ଫରାଜ ଖାନ୍ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେଇପାରନ୍ତି ବୋଲି କୁହାଯାଉଛି । ତେବେ ଆସନ୍ତା ୨୨ ତାରିଖରୁ ଏହି ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଯାହାର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ଆଡିଲେଡ୍, ତୃତୀୟ ବ୍ରିସବେନ୍, ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବାକୁ ଥିବାବେଳେ, ପଂଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯିବ ।