ବଢିଲା ସୁନାଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?
ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା ଦର। ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ […] The post ବଢିଲା ସୁନାଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍? appeared first on KNews Odisha.

ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା ଦର। ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୫୦୦ଟଙ୍କା । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୫୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୫୫୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୬,୫୦୦ ଟଙ୍କା ଓ ୭୨,୫୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୬୫୦ ଟଙ୍କା ଓ ୭୨,୭୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୭,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୯୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୬,୫୦୦ ଟଙ୍କା ଓ ୭୨,୫୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୫ ହଜାର ୫୦୦ ଟଙ୍କା ହୋଇଛି । ଗତ ୬ ମାସରେ ଏହା ୧୩ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି ।
The post ବଢିଲା ସୁନାଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍? appeared first on KNews Odisha.