ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ

ଡେସ୍କ: ୨୦୨୫ ମେ’ ମାସରେ, ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା (୩୧ ମେ ୨୦୨୫) ସୁଦ୍ଧା ଭାରତରେ ମୋଟ ୩ ହଜାର ୩୯୫ ସକ୍ରିୟ ମାମଲା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାଯ଼ୀ, ଚଳିତ ବର୍ଷ ଜାନୁଆରୀ ୧ ଠାରୁ ୧ ହଜାର ୩୩୬ରୁ ଅଧିକ ମାମଲା ଏବଂ ୬ ଜଣଙ୍କର ମୃତ୍ୟୁ ସହିତ କେରଳ ବର୍ତ୍ତମାନ ସକ୍ରିୟ କୋଭିଡ ମାମଲା ଅଗ୍ରଣୀ ରହିଛି। ମହାରାଷ୍ଟ୍ରରେ ୪୬୭ ଏବଂ […]

ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ

ଡେସ୍କ: ୨୦୨୫ ମେ’ ମାସରେ, ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା (୩୧ ମେ ୨୦୨୫) ସୁଦ୍ଧା ଭାରତରେ ମୋଟ ୩ ହଜାର ୩୯୫ ସକ୍ରିୟ ମାମଲା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାଯ଼ୀ, ଚଳିତ ବର୍ଷ ଜାନୁଆରୀ ୧ ଠାରୁ ୧ ହଜାର ୩୩୬ରୁ ଅଧିକ ମାମଲା ଏବଂ ୬ ଜଣଙ୍କର ମୃତ୍ୟୁ ସହିତ କେରଳ ବର୍ତ୍ତମାନ ସକ୍ରିୟ କୋଭିଡ ମାମଲା ଅଗ୍ରଣୀ ରହିଛି। ମହାରାଷ୍ଟ୍ରରେ ୪୬୭ ଏବଂ ଦିଲ୍ଲୀରେ ୩୭୫ କୋଭିଡ ମାମଲା ଚିହ୍ନଟ ହୋଇଛି।

ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି। ସୂଚନା ଅନୁଯାଯ଼ୀ, କୋଭିଡ-୧୯ର ଅଧିକାଂଶ ନୂଆ ମାମଲା ଅଧିକ ଗୁରୁତର ନୁହେଁ। ଅଧିକନ୍ତୁ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଦାରଖ ଏବଂ ନିଯ଼ନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛି ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ଓ ଭଯ଼ଭୀତ ନହେବାକୁ ଅନୁରୋଧ କରିଛି।

ଆଜି (୩୧ ମେ ୨୦୨୫ ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କୋଭିଡ-୧୯ ଡାଶବୋର୍ଡରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଏହିପରି।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ ମାମଲା ମୃତ୍ୟୁ ସଂଖ୍ୟା
କେରଳ ୧୩୩୬
ତାମିଲନାଡ଼ୁ ୧୮୫
ମହାରାଷ୍ଟ୍ର ୪୬୭
କର୍ଣ୍ଣାଟକ ୨୩୪
ଦିଲ୍ଲୀ ୩୭୫
ଗୁଜରାଟ ୨୬୫
ଉତ୍ତର ପ୍ରଦେଶ ୧୧୭
ରାଜସ୍ଥାନ ୬୦
ପଶ୍ଚିମବଙ୍ଗ ୨୦୫
ପୁଡୁଚେରୀ ୪୧
ଓଡ଼ିଶା
ଉତ୍ତରାଖଣ୍ଡ
ଆନ୍ଧ୍ର ପ୍ରଦେଶ ୧୭
ତେଲେଙ୍ଗାନା
ହରିଯ଼ାଣା ୨୬
ସିକିମ୍
ଗୋଆ
ପଞ୍ଜାବ
ଚଣ୍ଡିଗଡ଼
ଛତିଶଗଡ଼
ମଧ୍ଯ଼ପ୍ରଦେଶ ୧୬
ଲଦାଖ
ମିଜୋରାମ
ଅବଶିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ