ବଢୁଛି ଗୃହ ଋଣ ଚାହିଦା : ୨ ବର୍ଷରେ ୧୦ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ : ବାସଗୃହ ମୂଲ୍ୟ ବୃଦ୍ଧି ଏବଂ ସୁଧ ହାର ବୃଦ୍ଧି ସତ୍ତ୍ବେ ବଜାରରେ ଗୃହ ଋଣ ଚାହିଦା ଗତି ଯଥେଷ୍ଟ ବୃଦ୍ଧି ପାଉଛି। ଗତ ଦୁଇ ବର୍ଷ ମଧ୍ୟରେ ଗୃହ ଋଣ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ୨୭.୨୩ ଲକ୍ଷ କୋଟିରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ କରୋନା ପରେ ଆବାସିକ ସମ୍ପତ୍ତି ଚାହିଦାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତଥ୍ୟ […]

ବଢୁଛି ଗୃହ ଋଣ ଚାହିଦା : ୨ ବର୍ଷରେ ୧୦ ଲକ୍ଷ କୋଟି ବୃଦ୍ଧି
Rising home loan

ନୂଆଦିଲ୍ଲୀ : ବାସଗୃହ ମୂଲ୍ୟ ବୃଦ୍ଧି ଏବଂ ସୁଧ ହାର ବୃଦ୍ଧି ସତ୍ତ୍ବେ ବଜାରରେ ଗୃହ ଋଣ ଚାହିଦା ଗତି ଯଥେଷ୍ଟ ବୃଦ୍ଧି ପାଉଛି। ଗତ ଦୁଇ ବର୍ଷ ମଧ୍ୟରେ ଗୃହ ଋଣ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ୨୭.୨୩ ଲକ୍ଷ କୋଟିରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ କରୋନା ପରେ ଆବାସିକ ସମ୍ପତ୍ତି ଚାହିଦାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ଦେଶରେ ମୋଟ ଗୃହ ଋଣ ପରିମାଣ ୧୭.୨୬ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ମାର୍ଚ୍ଚ ୨୦୨୩ରେ ୧୯.୮୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତଥ୍ୟ ଅନୁଯାୟୀ, ବାଣିଜ୍ୟିକ ରିଅଲ ଇଷ୍ଟେଟ କ୍ଷେତ୍ରରେ ମୋଟ ବାସଗୃହ ଋଣ ପରିମାର ୪.୪୮ ଲକ୍ଷ କୋଟିରେ ପହଞ୍ଚିଛି, ଯାହା ମାର୍ଚ୍ଚ ୨୦୨୨ରେ ୨.୯୭ ଲକ୍ଷ କୋଟି ଟଙ୍କା ରହିଥିଲା। ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସାବନାଭିସ୍ କହିଛନ୍ତି ଯେ ସରକାରୀ ଉଦ୍ୟମ ହେତୁ ସୁଲଭ ଘରର ଚାହିଦା ବୃଦ୍ଧି ପାଇଛି। ଆହୁରି ମଧ୍ୟ, କରୋନାରେ ବାସଗୃହ ବିକ୍ରି ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିଲା ଏବଂ ବର୍ତ୍ତମାନ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି, ଆଗାମୀ ଦିନଗୁଡିକରେ ଗୃହ ଋଣରେ ଅଭିବୃଦ୍ଧି ହାର ୧୫-୨୦ ପ୍ରତିଶତ ମଧ୍ୟରେ ରହିପାରେ।

ବଜାରରେ ବାସଗୃହଗୁଡ଼ିକର ମୂଲ୍ୟ ମହଙ୍ଗା ହେବା ଯୋଗୁ ହାରାହାରି ଗୃହ ଋଣ ଆକାର ବୃଦ୍ଧି ପାଇଛି। ଆବାସିକ ସମ୍ପତ୍ତି କ୍ଷେତ୍ରରେ ବଢ଼ୁଥିବା ପ୍ରବଳ ଚାହିଦା ହେତୁ ଗୃହ ଋଣ ବଜାରରେ ଅଭିବୃଦ୍ଧି ଜାରି ରହିବ। ଶିଳ୍ପ ବିଶେଷଜ୍ଞମାନେ କରୀଥିବା ଆକଳନ ଅନୁଯାୟୀ, ଦେଶର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଡଲାରରେ ପହଞ୍ଚିବ। ରେଟିଂ ଏଜେନ୍ସି ଇକ୍ରା ଅନୁଯାୟୀ, ଜୁଲାଇ ୨୦୨୩ରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହିତ ଏଚ୍‌ଡିଏଫ୍‌ସି ଲିମିଟେଡ୍‌ର ମିଶ୍ରଣ ହେବାପରେ ବ୍ୟାଙ୍କଗୁଡିକର ଘରୋଇ ଋଣରେ ବୃଦ୍ଧି ଘଟିଛି।